ପ୍ରଶ୍ନ କାଳରେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମୁହାଁମୁହିଁ

ଭୁବନେଶ୍ୱର :  ବିଧାନସଭା ପ୍ରଶ୍ନ କାଳରେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଗୋହି ଖୋଳାଖୋଳି।  ଖାଦ୍ୟ ଶସ୍ୟ ଉତ୍ପାଦନକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖୁଥିବା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମୁହାଁମୁହିଁ ହୋଇଥିଲେ।

ମହାରଥୀ ପ୍ରଶ୍ନ କରିଥିଲେ, ରାଜ୍ୟରେ କେତେ ଶୀତଳ ଭଣ୍ଡାର ଅଛି ଓ କେତେ ଅଚଳ  ଅଛି। ସେହିପରି ତୈଳ ଓ ଡାଲି ଜାତୀୟ ଅଧିକ ଉତ୍ପାଦନ ପାଇଁ ଏମ୍ଓୟୁ ହୋଇଛି କି ନାହିଁ ଜାଣିବାକୁ ଚାହିଁଥିଲେ ପିପିଲି ବିଧାୟକ।

ମହାରଥୀଙ୍କ ପ୍ରଶ୍ନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ଆଳୁ ମିଶନ ଆପଣଙ୍କ ସମୟରେ ଆରମ୍ଭ ହୋଇ ଶେଷ ହୋଇଗଲା। ରାଜ୍ୟରେ ଥିବା ୧୨୮ଟି ଶୀତଳ ଭଣ୍ଡାରରୁ ଆପଣଙ୍କ ସମୟରେ ୮୦ଟି ବନ୍ଦ ହୋଇଗଲା। ୪୮ଟି ସଚଳ ଅଛି, ବାକି ଶୀତଳ ଭଣ୍ଡାର ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି। ଶାସକ ଦଳର ଦୁଇ ବରିଷ୍ଠ ସଦସ୍ୟଙ୍କ ମଧ୍ୟରେ ଏଭଳି କଥା କଟାକଟି ଗୃହରେ ଭିନ୍ନ ପରିବେଶ ସୃଷ୍ଟି କରିଥିଲା।

 

You might also like