ମନ୍ତ୍ରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ମହାରଥୀ!

ଭୁବନେଶ୍ୱର: ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ବୋଲି କହିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ଆଜି ଏପରି କିଛି ଢଙ୍ଗରେ ନିରଞ୍ଜନ ପୂଜାରୀଙ୍କୁ ପ୍ରଦୀପ ମହାରଥୀ ଜବାବ ଦେଇଛନ୍ତି।

ଗତକାଲି ବିଧାନସଭା ଗୃହରେ ମହାରଥୀଙ୍କୁ ନିରଞ୍ଜନ ପୂଜାରୀ ସମାଲୋଚନା କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। ହେଲେ ତାହା ଏବେ ୪୮କୁ ଖସି ଆସିଛି। ଯାହାକୁ ନେଇ ମହାରଥୀ ଆଜି କଡ଼ା ଜବାବ ରଖିଛନ୍ତି। ନିଜ ଚିରାଚରିତ ଅନ୍ଦାଜରେ ମହାରଥୀ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ମହାରଥୀ କହିଛନ୍ତି, ‘ମୁଁ ଆସିବା ବେଳେ ଶୀତଳ ଭଣ୍ଡାର ସଂଖ୍ୟା ୨୪ରେ ଥିଲା। ହେଲେ ତାହା ଏବେ ୪୮କୁ ବୃଦ୍ଧି ପାଇଛି। ମୋ ସମୟରେ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛୁ। ଯଦି ଭାବୁଥାନ୍ତି ଏମିତି କହି ପାଟି ଚୁପ୍ ରଖିବେ ତେବେ ପାରିବେନି।’

ଖାଲି ସେତିକି ନୁହେଁ, ମନ୍ତ୍ରୀ ତାଙ୍କ ବାବଦରେ ଦେଇଥିବା ମତର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମହାରଥୀ କହିଛନ୍ତି।

ଅନ୍ୟପକ୍ଷରେ ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ମହାରଥୀ ସବୁବେଳେ ଯାତ୍ରା ଶୈଳୀରେ କଥାବାର୍ତ୍ତା କରନ୍ତି।

You might also like