ସହାୟତାର ହାତ ବଢ଼ାଇଲେ ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ରିଲିଫ ସାମଗ୍ରୀ ପଠାଇବା ପାଇଁ ଚାହୁଁଥିଲେ ମଧ୍ୟ ଓଡିଶାକୁ ପଠାଇ ପାରୁନାହାନ୍ତି।  ଓଡିଶାର ‘ଫୋନି’ ପ୍ରଭାବିତଙ୍କ ପାଇଁ ମୁମ୍ବାଇରେ ରହୁଥିବା ଓଡ଼ିଆ ଲୋକମାନେ ପ୍ରାୟ ୨୦ଟନ୍‌ ସାମଗ୍ରୀ ଏକତ୍ରିତ କରିଛନ୍ତି।

ଚୁଡା, ବିସ୍କୁଟ୍‌, ପିଇବା ପାଣି, କମଳ, ମହମବତୀ, ଦିଆସିଲି, ଟର୍ଚ୍ଚ ଲାଇଟ୍‌, ଓଷଧ ସହ ଅନ୍ୟ ଜରୁରୀ ସାମଗ୍ରୀ ଏକାଠି କରାଯାଇଛି।  କିନ୍ତୁ ଏହାକୁ ରଖିବା ପାଇଁ ମୁମ୍ବାଇ ସ୍ଥିତ ଓଡିଶା ଭବନକୁ ନିଆଯାଇଥିଲା। ହେଲେ ସେଠାରେ ରଖିବା ପାଇଁ ମନା କରି ଦେଇଥିଲେ।

ଅନ୍ୟପକ୍ଷେ, ସ୍ଥାନୀୟ ପୁଲିସ୍‌ ପକ୍ଷରୁ ବିନା ଶୁଳ୍କରେ ରିଲିଫ ସାମଗ୍ରୀ ପଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

You might also like