‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଓଡିଶାର ‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ସୁରତରେ ଥିବା ପ୍ରବାସୀ ଓଡ଼ିଆ ପରିବାର। ସୁରତରେ ରହୁଥିବା ପ୍ରବାସୀ ଓଡିଆ ରିଲିଫ ସାମଗ୍ରୀ ସଂଗ୍ରହ କରି ଟ୍ରେନ୍‌ରେ ପୁରୀ ପଠାଇଛନ୍ତି।

ପ୍ରଭାବିତ ଲୋକଙ୍କ ପାଇଁ ପାଣି ବୋତଲ, ଚୁଡ଼ା, ଚିନି ଓ ବିସ୍କୁଟ୍‌ ପଠାଯାଇଛି। ଓଡ଼ିଶାଠାରୁ ଦୂରରେ ଥିଲେ ମଧ୍ୟ ପ୍ରଭାବିତଙ୍କ ଅସୁବିଧାକୁ ନଜରରେ ରଖି ରିଲିଫ ସାମଗ୍ରୀ ପଠାଯାଇଛି। ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଓଡିଶାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଏବେବି ରାଜ୍ୟର କିଛି ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଯାହାକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ‘ଫୋନି’ ଦୋହଲାଇ ଦେଲା ବଳଙ୍ଗାର ମାନଚିତ୍ର

You might also like