କ୍ୱାରେଣ୍ଟିନ ସେଣ୍ଟରରେ ବିଛଣା ନାହିଁ କି ବିଦ୍ୟୁତ୍ ନାହିଁ
ଭ୍ରଦକ: ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲା ଆଉ ଏକ କ୍ୱାରେଣ୍ଟିନ୍ କେନ୍ଦ୍ରର ଭିଡିଓ। ଏଥର ଖାଇବା ନୁହେଁ ଅନ୍ତେବାସୀଙ୍କ ଶୋଇବା ଅବ୍ୟବସ୍ଥାକୁ ନେଇ ଭାଇରାଲ ହୋଇଛି ଭିଡ଼ିଓ। ଭିଡିଓଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର କ୍ୱାରେଣ୍ଟିନ୍ ସେଣ୍ଟରର।
ଏହି ସେଣ୍ଟରରେ କୌଣସି ବେଡ ବ୍ୟବସ୍ଥା କରାଯାଇ ନାହିଁ। ସେହପରି ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ଠିକ୍ ନଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । କେନ୍ଦ୍ରରେ ୭ଜଣ ଅନ୍ତେବାସୀଙ୍କ ସହ ୨ଜଣ ଛୋଟ ପିଲା ରହୁଛନ୍ତି । ସେମାନଙ୍କ ପାଇଁ କେନ୍ଦ୍ର ପରିଚାଳକ ସଠିକ ବ୍ୟବସ୍ଥା କରିନଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି। ତେଣୁ ଏପରି ଭିଡିଓ ଭାଇରାଲ କରି ସେମାନଙ୍କର ସମସ୍ୟାର ସମାଧାନ ଦାବି କରିଛନ୍ତି।
ଅନ୍ୟପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରର ନୋଡାଲ ଅଧିକାରୀ । ଗତ ୧୯ ତାରିଖରେ ସନ୍ଧ୍ୟାରେ ଅନ୍ତେବାସୀମାନେ ଆସି ଏହି କେନ୍ଦ୍ରରେ ପହଞ୍ଚିଥିଲେ। ସେମାନଙ୍କ ପାଇଁ ୫ଟି ବେଡ୍ ବ୍ୟବସ୍ଥା କରାଯାଇଥିଲା । ଆ ୨ଟି ବେଡ୍ ଆବଶ୍ୟକ ଥିଲେ ବି ବାତ୍ୟା ଯୋଗୁଁ ତାହା ଯୋଗାଡ଼ ହୋଇ ପାରିନଥିଲା। ତେବେ ସେମାନଙ୍କ ଲାଗି ଫୋମ୍ ବିଛଣା ଦିଆଯାଇଥିଲା । ଖୁବଶୀଘ୍ର ସେମାନଙ୍କ ଲାଗି ବେଡ୍ ବ୍ୟବସ୍ଥା କରିଦିଆଯିବ ବୋଲି ନୋଡାଲ ଅଧିକାରୀ କହିଛନ୍ତି।