କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ବଡ଼ପଣ୍ଡାଙ୍କ ସମ୍ପୃକ୍ତି!

ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ଘଟଣାର ନିରପେକ୍ଷ ତଦନ୍ତର ଆବଶ୍ୟକତା ଥିବା ଦାବି କରିଛି ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହି କେଳେଙ୍କାରୀରେ ସରକାରର ବହୁ ବଡ଼ପଣ୍ଡାଙ୍କ ସମ୍ପୃକ୍ତି ରହିଛି। କେବଳ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା ଦୋଷୀ ନା ଚେର କେତେ ବାଟ ଲମ୍ବିଛି ତାର ଚେହେରା ଲୋକେ ଦେଖିବା ଦରକାର ବୋଲି ସେ ଦାବି କରିଛନ୍ତି।

କୋଭିଡ୍ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ସେଥିପାଇଁ ୯ ଜଣ ଆଇଏଏସଙ୍କୁ ଅପସାରଣ କଲେ ବୋଲି କହିଛନ୍ତି ପୃଥ୍ୱୀରାଜ। ସେପଟେ କିଏ କିଏ ଦୁର୍ନୀତିରେ ସମ୍ପୃକ୍ତ, ଏକ କମିଟି ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ମାସ୍କ ୧୦ ଟଙ୍କା ବଦଳରେ କାହିଁକି ୧୬ ଟଙ୍କାରେ କିଣିଲେ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି।

ଏହାର ଜବାବ ରଖିଛି ବିଜେଡି। ମୁଖ୍ୟମନ୍ତ୍ରୀ କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ ବୋଲି ଦଳୀୟ ଉପସଭାପତି ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି।

You might also like