ପିପିଇ କିଟ୍, ମାସ୍କ କିଣା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ହେବ

ଭୁବନେଶ୍ୱର: ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ କରାଯିବ। ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ଲୋକାୟୁକ୍ତ।

ନିଜ ଫାଇଦା ପାଇଁ ଭିନ୍ନ ଉଦ୍ଦେଶ୍ୟ ରଖି ହେମନ୍ତ ଶର୍ମା ଓ ଅନ୍ୟ ସରକାରୀ ଅଧିକାରୀ କୋଭିଡ୍ ୧୯ ପାଇଁ ଉଚ୍ଚା ଦରରେ ପିପିଇ କିଟ୍, ମାସ୍କ କିଣିଛନ୍ତି କି ?  ଏହାର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାସକ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ।

ଏସ୍‌ପି କିମ୍ବା ଏଏସ୍‌ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ମାମଲାରେ ତଦନ୍ତ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ହେବ। ପିପିଇ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଗତକାଲି ରାଜ୍ୟର ଦୁଇ ବରିଷ୍ଠ IAS ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ ଲୋକାଯୁକ୍ତଙ୍କ ନିକଟରେ ହାଜର ହୋଇଥିଲେ । ଅଭିଯୋଗର ଚୂଡ଼ାନ୍ତ ଶୁଣାଣିରେ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ ତତ୍କାଳୀନ କ୍ରୟ କମିଟି ଅଧ୍ୟକ୍ଷ ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ।

ଯାହା ବି କିଣା ହୋଇଛି, ସେ ସବୁ କ୍ରୟ କମିଟି ମାଧ୍ୟମରେ କିଣା ହୋଇଛି ବୋଲି ଦୁଇ ଆଇଏଏସ୍ ଅଧିକାରୀ ଲୋକାୟୁକ୍ତଙ୍କୁ ଜଣାଇଥିଲେ। ଅନ୍ୟ ପଟେ ମହାମାରୀ କରୋନା ସମୟରେ ହୋଇଥିବା ମାସ୍କ ଓ ପିପିଇ କିଟ୍ ଦୁର୍ନୀତିକୁ ନେଇ ଦୁଇ ବରିଷ୍ଠ ଅଧିକାରୀ ଯେଉଁ କଥା କହୁଛନ୍ତି ତାହାର ତଥ୍ୟ ପ୍ରମାଣ ଦିଅନ୍ତୁ ବୋଲି ଲୋକାଯୁକ୍ତଙ୍କ ନିକଟରେ ଦାବି କରିଥିଲେ ଅଭିଯୋଗକାରୀ ସୁଦର୍ଶନ ଦାସ ।

You might also like