ରାଜ୍ୟରେ ବଢିଲା ବିଦ୍ୟୁତ୍ ଦର

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ OERC ତରଫରୁ ମଂଜୁରୀ ମିଳିଛି। କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧିକୁ ମଂଜୁରୀ ମିଳିଛି। ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ରୁ ଲାଗୁ କରାଯିବା ନେଇ ସୂଚନା ଦିଆଯାଇଛି। ବିପିଏଲ୍ ଏବଂ ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବର୍ତ୍ତିତ ରହିଲା। ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ରିହାତି ମିଳିବ। ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ। ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨% ରିହାତି ମିଳିବ।

    • ଏଣିକି ପ୍ରଥମ ୫୦ ୟୁନିଟକୁ ଦର ୟୁନିଟ ପିଛା ୩ ଟଙ୍କା।
    • ୫୧ରୁ ୨୦୦ ୟୁନିଟ- ୪.୮୦; ୨୦୧ରୁ ୪୦୦ ୟୁନିଟ ୫.୮୦।
    • ୪ଶହ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ଦର ୬ ଟଙ୍କା ୨୦।
ସବୁ କାଟାଗୋରୀରେ ବିଦ୍ୟୁତ୍ ୩୦ ପଇସା ବଢିଛି। କୃଷି ଓ ବିପିଏଲ୍‌ମାନଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ପୂର୍ବ ପରି ରିହାତି ରହିବ। OPTCLରେ ଥିବା ଟ୍ରାନ୍ସମିଶନ୍ ଲାଇନ୍‌ରେ ୩ ପଇସା ବୃଦ୍ଧି ହୋଇଛି। ଅର୍ଥାତ ଦର ୨୫ ପଇସା ଥିଲା, ଏବେ ୨୮ ପଇସାକୁ ବୃଦ୍ଧି ହୋଇଛି।
-ପ୍ରିୟବ୍ରତ ପଟ୍ଟନାୟକ, ସେକ୍ରେଟାରୀ, OERC

You might also like