‘୧୦ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ’

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ରାଜଧାନୀ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ଜଣାପଡ଼ିଛି।

ଗତକାଲି ରାତିରେ କଟକ ଓ ଭୁବନେଶ୍ୱରରେ କିଛି ଜାଗାରେ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ଗତକାଲି ଭୁବନେଶ୍ୱରରେ ୭୭୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ଭୁବନେଶ୍ୱରରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ରହିଛି । ଆଜି ବିଦ୍ୟୁତ୍‌ ଯୋଗାଣ ଉପଭୋକ୍ତା ସଂଖ୍ୟା ଡବଲ ହୋଇଯିବ। ତେବେ ଦିନକ ପରେ ବିଦ୍ୟୁତ୍‌ ଯୋଗାଣ ଉଲ୍ଲେଖନୀୟ ସଂଖ୍ୟା ଛୁଇଁବ ବୋଲି କୁହାଯାଉଛି। କଟକରେ ବି କିଛି ଅଞ୍ଚଳରେ ଗତକାଲି ବିଦ୍ୟୁତ୍‌ ଯୋଗାଣ ହୋଇଛି।

କଟକର ଆଉ କିଛି ଅଞ୍ଚଳରେ ଆଜି ବିଦ୍ୟୁତ୍‌ ଯୋଗାଣ କରାଯିବ । ସେହିପରି ପୁରୀକୁ ଅଧିକ କର୍ମଚାରୀଙ୍କୁ ପଠାଯାଇଛି ବୋଲି ସେସୁ ସିନିୟର ଜିଏମ୍ ସୁବ୍ରତ ମିଶ୍ର ସୂଚନା ଦେଇଛନ୍ତି।

You might also like