୫ ଘଣ୍ଟା ଅନ୍ଧାରରେ କଟକ ବଡ଼ ମେଡିକାଲ

କଟକ: କଟକ ବଡ଼ ମେଡିକାଲରେ ଦୀର୍ଘ ୫ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସକାଳ ୯ଟା ୨୦ରେ ଏସସିବି ମେଡିକାଲର କାଜୁଆଲ୍‌ଟି ବିଲ୍ଡିଂରେ ହଠାତ୍ ବିଦ୍ୟୁତ କଟିଯାଇଥିଲା। କାଜୁଆଲ୍‌ଟି ସମେତ ନ୍ୟୁ ଡେଙ୍ଗୁ, ପେଡିଆଟିକ୍ ଓ ଟ୍ରମା କେୟାର ବିଭାଗ ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। ଏହାକୁ ନେଇ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଭୟଭୀତ ହୋଇଯାଇଥଇଲେ।

ବିଦ୍ୟୁତ୍‌ କାଟ୍‌ ପରେ ଜେନେରେଟର ବି ସଂଯୋଗ ହୋଇପାରିନଥିଲା। ବିଦ୍ୟୁତ୍‌ ବିଭାଗ କର୍ମଚାରୀ ୫ଘଣ୍ଟା ପରିଶ୍ରମ କରିବା ପରେ ଅସ୍ଥାୟୀ ଭାବେ ବିଦ୍ୟୁତ୍‌ ଯୋଗାଇ ଦିଅାଯାଇଥିଲା।

କଟକ ବଡ଼ ମେଡିକାଲରେ ଏଭଳି ବିଦ୍ୟୁତ କାଟ ଓ ୫ଘଣ୍ଟା ଧରି ରୋଗୀ ଅନ୍ଧାରରେ ରହିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

You might also like