ଆଉ ବିକ୍ରି ହେଉନାହିଁ କୁମ୍ଭକାରର ସାମଗ୍ରୀ, ଯେଉଁ ଦିନ ବେପାର ବନ୍ଦ ସେଦିନ ଖାଇବା ବି ବନ୍ଦ

ଆମକୁ ସହାୟତା ଲୋଡ଼ା

  • ଦୁର୍ଦ୍ଦିନରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର କୁମ୍ଭକାର
  • ଚାହିଦା ନଥିବାରୁ କୌଳିକ ବୃତ୍ତି ଛାଡି ଦାଦନ ଖଟୁଛନ୍ତି କାରିଗର
  • ସରକାରୀ ସହାୟତା ଯୋଗାଇବା ପାଇଁ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଦୁର୍ଦିନ ଦେଇ ଗତି କରୁଛି କୁମ୍ଭକାରଙ୍କ ଜୀବନ। ଜୀବିକା ଚାହିଦା ନଥିବାରୁ କୌଳିକ ବୃତ୍ତି ଛାଡି ଦାଦନ ଖଟିବାକୁ ଶ୍ରେୟ ମଣୁଛନ୍ତି କୁମ୍ଭକାର। ଏଣୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି କୁମ୍ଭକାର ପରିବାର। ସେପଟେ କିନ୍ତୁ ମୟୁରଭଞ୍ଜ ଜିଲ୍ଲା ଉଦଳାରେ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ଜଣେ ଯୁବ କାରିଗର।

ମନଲୋଭା, ଆକର୍ଷଣୀୟ ଭଳିକି ଭଳି ମାଟିପାତ୍ରକୁ ନେଇ ହାଟରେ ପସରା ମେଲାଇଛନ୍ତି କୁମ୍ଭକାର। ଆଶା ଭଲ ବ୍ୟବସାୟ ହେବ। ହେଲେ ସବୁଦିନ ସେହି ସମାନ ଚିତ୍ର। ଗ୍ରାହକଙ୍କର ବିଶେଷ ଚାହିଦା ନଥିବାରୁ ଦୁର୍ଦ୍ଦିନରେ ଗତି କରୁଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର କୁମ୍ଭକାରମାନେ। ଦୋରାଗୁଡା ପଞ୍ଚାୟତର ଆର.ଏସ୍. ସି ୯ ଗାଁରେ ୪୦ କୁମ୍ଭକାର ପରିବାର ଭିତରୁ ଏବେ କୌଳିକ ବୃତ୍ତିକୁ ବଞ୍ଚାଇରଖିଛନ୍ତି ମାତ୍ର ୨ ପରିବାର। ଅନ୍ୟମାନେ ଦାଦନ ଖଟିବାକୁ ଶ୍ରେୟ ମଣିଛନ୍ତି। କାରଣ ପରିଶ୍ରମ ହିସାବରେ ଲାଭ ନାହିଁ। ଯାହା ଅଳ୍ପ କିଛି ସାମଗ୍ରୀ ତିଆରି ହେଉଛି କେବଳ ପର୍ବପର୍ବାଣୀ, ବିବାହ ବ୍ରତ ଆଦିକୁ ଛାଡିଦେଲେ ବିକ୍ରିବଟା ନାହିଁ। ଯେଉଁଦିନ ବେପାର ହେଲା ଚୁଲିଜଳେ ନହେଲେ ଭୋକଉପାସରେ ରହିବାକୁ ପଡେ। ତେଣୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି କୁମ୍ଭକାର।

ସେପଟେ କୁମ୍ଭକାର ପରିବାର କହିଛନ୍ତି ଯେ, ଆମେ ଅନେକ ଦିନ ହେଲାଣି ଏହି ମାଚଟି କାମ କରୁଛୁ। ଆମ ପାଖରେ ଜମି କି ବାଡ଼ି କିଛି ନାହିଁ। ଯେଉଁ ଦିନ ବିକ୍ରି ହେଲା ସେଦିନ ଖାଉଛୁ ନହେଲେ ନାହିଁ ବୋଲି ସେମାନେ କହିଛନ୍ତି।

ମୟୂରଭଞ୍ଜରେ କିନ୍ତୁ କଳା କାରିଗରୀକୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ଯୁବ କାରିଗର। ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ୮ ନମ୍ବର ଓ୍ୱାର୍ଡର ରହୁଛନ୍ତି ତୁଷାର ମହାନ୍ତି। ତାଙ୍କର ଦିନ ରାତି ବିତୁଛି ମହାବାହୁଙ୍କ ନାନା ମୂର୍ତ୍ତୀ ନିର୍ମାଣ କାମରେ। କାଠରେ ଅତି ନିଖୁଣ ଭାବେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ତିଆରି କରିବା ପରେ ନିଜ ରଙ୍ଗତୁଳୀରେ ଦେଇଥାନ୍ତି ଜୀବନ୍ତ ସ୍ପର୍ଶ। ତୁଷାରଙ୍କ କଳା କାରିଗାରୀ ସ୍ଥାନୀୟ ଅଞ୍ଚଳରେ ବେଶ ଆଦୃତ ଲାଭ କରିଥିବା ବେଳେ ତାଙ୍କୁ ଆଣିଦେଇଛି ଖ୍ୟାତି। ନିଜ ବଡବାପାଙ୍କଠୁ ପ୍ରେରଣା ପାଇଥିବା ତୁଷାର ଏବେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା।

ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନ ଓ ଉଦଳାରୁ ମାନସ ପାଣିଙ୍କ ରିପୋର୍ଟ

You might also like