କଟକ: ବଜାରରେ ହୁ ହୁ ହୋଇ ବଢୁଛି ଆଳୁ ପିଆଜ ଦର। କଟକ ଛତ୍ରବଜାରରେ ଆଳୁ କିଲୋ ୩୫ ଟଙ୍କା ରହିଥିବାବେଳେ ପିଆଜ ଦର ୫୦ ଟଙ୍କାରେ ପହଞ୍ଚିଛି। ପିଆଜର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୪୦୦୦ ଟଙ୍କା ଓ ଆଳୁ କ୍ୱିଣ୍ଟାଲ ୨୮୦୦ ଟଙ୍କା ରହିଛି।
ତେବେ ପୂର୍ବରୁ ଛତ୍ରବଜାରକୁ ଦୈନିକ ୫ ଟ୍ରକ ପିଆଜ ଆସୁଥିଲା। ହେଲେ ଏବେ ମାତ୍ର ଗୋଟିଏ କି ୨ ଟ୍ରକ ପିଆଜ ଆସୁଛି।
ସେହିପରି ଆମଦାନୀ ସ୍ଥାନରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଦରବୃଦ୍ଧିର ମୁଖ୍ୟ କାରଣ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ସଂପାଦକ ଦେବେନ୍ଦ୍ର ନାଥ ସାହୁ କହିଛନ୍ତି। ଦର ବୃଦ୍ଧି ଯୋଗୁଁ ଖାଉଟିମାନେ ପ୍ରଭାବିତ ହୋଇଛନ୍ତି। ଦର ବୃଦ୍ଧି ଯୋଗୁଁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
https://www.youtube.com/watch?v=AYNGrsMZIjc