ଆସିଲା ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ

ସମ୍ବଲପୁର: ମୁଣ୍ଡରେ ଆଘାତ ଲାଗିବା ଯୋଗୁ ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତକାଲି ତାଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ପୁଲିସ୍‌ ଏହି ସୂଚନା ଦେଇଛି।

ସିମ୍‌ରନ୍‌ଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ଏହି ମାମଲାରେ ସିମ୍‌ରନ୍‌ଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ପୁଲିସ୍‌ କୋର୍ଟ ଚାଲାଣ କରିଛି।

ଧୃବରାଜ ସିମ୍‌ରନ୍‌ଙ୍କୁ ଅପହରଣ ଏବଂ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ରେ ହୋଇଥିବା ଏତଲା ଆଧାରରେ ପୁଲିସ୍‌ ଧୃବରାଜଙ୍କୁ ଗିରଫ କରିଛି। ସିମ୍‌ରନ୍‌ ନାବାଳିକା ଥିଲେ। ତେଣୁ ପୋକ୍‌ସୋ ଆକ୍ଟରେ ଧୃବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଛି।

ଅନ୍ୟପଟେ ଝିଅ ସିମ୍‌ରନ୍‌ଙ୍କୁ ହତ୍ୟା କରି ପୋଲ ତଳେ ଫିଙ୍ଗି ଦିଆଯାଇଥିଲା ବୋଲି ଗତକାଲି ପୁଣି ଅଭିଯୋଗକୁ ଦୋହରାଇବା ସହ ଏହାର ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ସିମ୍‌ରନ୍‌ଙ୍କ ମାଆ ଦାବି କରିଛନ୍ତି।

You might also like