ସୋନପୁର( ରବିନ୍ଦ୍ର ହୋତା) : ଜଙ୍ଗଲରୁ ପୋଷ୍ଟମ୍ୟାନଙ୍କ ମୃତଦେହ ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା କଳାପଥର ଗାଁରେ ଘଟିଛି ଏହି ଘଟଣା। ମୃତ ପୋଷ୍ଟମ୍ୟାନ ହେଉଛନ୍ତି କଳାପଥର ଗାଁର ଶତୃଘ୍ନ ଷଣ୍ଢ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ଆଜି ଭୋରରୁ ଶତୃଘ୍ନ କୌଣସି କାମରେ ସ୍ଥାନୀୟ ଜଙ୍ଗଲକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଛୁରା ଭୁସି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଏ, କାହିଁକି ଶତୃଘ୍ନଙ୍କୁ ହତ୍ୟାକଲା ତାହା ଏଯାଏଁ ଜଣାପଡିନାହିଁ। ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।