ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପୁଣି ବିବାଦ

ସରକାରଙ୍କ ପ୍ରଚାର ଓ ବାସ୍ତବତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପୁଣି ବିବାଦ। ଏଥର ରାଜ୍ୟ ସରକାରଙ୍କ ବିଜ୍ଞାପନର ପୋଷ୍ଟର ବୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ନୂଅାପଡା ଭେଲ ଗାଁର ଲକ୍ଷ୍ମଣ କୁମାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମାଗଣା ଚିକିତ୍ସା ପାଇଥିବା ନେଇ ସରକାର ଦେଇଥିବା ବିଜ୍ଞାପନକୁ, ନିଜେ ଲକ୍ଷ୍ମଣ ଖଣ୍ଡନ କରିବା ପରେ ଏହାକୁ ନେଇ ସରକାରଙ୍କ ପ୍ରଚାର ଓ ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଥିଲା।

ହୃଦରୋଗରେ ପୀଡ଼ିତ ଲକ୍ଷ୍ମଣ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ତେବେ ବିଜୁସ୍ୱାସ୍ଥ୍ୟ କଲ୍ୟାଣରେ କଟକ ବଡ ମେଡିକାଲରେ ତାଙ୍କୁ ଚିକିତ୍ସା ମିଳିପାରିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଲକ୍ଷ୍ମଣଙ୍କୁ ଅାଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନେତ୍ରୀ ଅପରାଜିତା ଷଡଙ୍ଗୀ ଭେଟିବା ପରେ ସମୀର ଅଭିଯୋଗ କରିଛନ୍ତି କଟକରେ ବେଡ ନାହିଁ କହି ଲକ୍ଷ୍ମଣଙ୍କୁ ଫେରାଇ ଦେଇଥିବା ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ମିଛ ପ୍ରଚାର କରୁଛନ୍ତି।

କିଛି ଦିନ ତଳେ ନୂଅାପଡାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମଧ୍ୟ ଲକ୍ଷ୍ମଣଙ୍କୁ ନେଇ ସରକାର ମିଛ ପ୍ରଚାର କରିଥିବା ଅଭିଯୋଗ ଅାଣିଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍‌ କରି ଏହାର ଉତ୍ତର ଦେଇ କହିଥିଲା, ନୂଅାପଡାରେ ତାର ମାଗଣା ଚିକିତ୍ସା ହୋଇଥିବାବେଳେ କଟକ ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଦିଅାଯାଇଥିଲା।

You might also like