ହକି ବିଶ୍ୱକପ୍ ଅବସରରେ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚିତ
ଭୁବନେଶ୍ୱର: ହକି ବିଶ୍ୱକପ୍ ଅବସରରେ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି।
୧୯୮୨, ୨୦୧୦ ପରେ ଭାରତ ତୃତୀୟ ଥର ଚଳିତବର୍ଷ ହକି ବିଶ୍ୱକପ୍ର ଆୟୋଜନ କରୁଥିବା ବେଳେ ଓଡ଼ିଶା ପ୍ରଥମ ଥର ପାଇଁ ଏହି ମେଗା ଇଭେଣ୍ଟ ଆୟୋଜନର ସୁଯୋଗ ପାଇଛି।