କରୋନା ଡ୍ୟୁଟି କରିବେ ପୋଷ୍ଟ ପିଜି ଡାକ୍ତର
ଭୁବନେଶ୍ୱର: କରୋନା ଡ୍ୟୁଟି କରିବେ ପୋଷ୍ଟ ପିଜି ଡାକ୍ତର। ମହାମାରୀର ମୁକାବିଲା ଦିଗରେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପିଜି ପାସ୍ କରିବା ପରେ ଏବେ ୪୪୭ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଏବଂ ପେରିଫେରିରେ ଚୁକ୍ତିଭିତ୍ତିରେ ଦୁଇବର୍ଷିଆ ନିଯୁକ୍ତି ଦିଆଯାଇଛି।
ତେବେ ବର୍ତ୍ତମାନ କୋଭିଡ ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିବା ଡାକ୍ତରଙ୍କୁ କୋଭିଡ୍ ଡ୍ୟୁଟି ଦେବାକୁ ସ୍ଥିର କରାଯାଇଛି। ଏମାନେ ପ୍ରଥମେ ୧୪ ଦିନିଆ ଡ୍ୟୁଟି କରିବେ ଏବଂ ଏହା ପରେ ୧୪ ଦିନ ପାଇଁ ସରକାରୀ କ୍ୱାରେଣ୍ଟିନ୍ରେ ରହିବେ।
ଏହିଭଳି ୨୮ ଦିନ ପରେ ସେମାନଙ୍କୁ କୋଭିଡ୍ ଦାୟିତ୍ୱରୁ ମୁକ୍ତ କରାଯିବ। କୋଭିଡ୍ ଦାୟିତ୍ୱରୁ ମୁକ୍ତ ହେବା ନିଯୁକ୍ତି ପାଇଥିବା ମେଡିକାଲରେ ସେମାନେ ଜଏନ୍ କରିବେ।