• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କୋଭିଡ୍ ଟେଷ୍ଟ୍ ବଢ଼ୁଥିବାରୁ ପଜିଟିଭ୍ ସଂଖ୍ୟା ବଢ଼ୁଛି। ରାଜ୍ୟରେ ଦୈନିକ ୬ ହଜାର ଟେଷ୍ଟ୍ ପାଇଁ ଟାର୍ଗେଟ୍ ରହିଛି। ତେବେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକର ସ୍ଥିତି ସେତେଟା ସଂଗୀନ ନୁହେଁ। ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣ ହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ILSର ନିର୍ଦ୍ଦେଶକ।

ଏଥିସହ ଲକ୍ଷଣବିହୀନ ବା କ୍ଷୀଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ଘରେ ଆଇସୋଲେସନରେ ରହିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରସଙ୍ଗରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ଆସିମ୍ପଟୋମାଟିକ୍ ରୋଗୀ ଅନ୍ୟ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରାଇବା ଆଶଙ୍କା ଖୁବ୍ କମ୍।

ଏବେ ଆମେ ପୂରା ପିକ୍‌ରେ ରହିଛୁ। ଟେଷ୍ଟ ବଢ଼ିଛି, ପଜିଟିଭ ବଢୁଛି। ପଜିଟିଭ ବଢୁଥିବାରୁ ଏବେ ପିକ୍‌ରେ ଅଛୁ। କେବେ କମିବ, ଆକଳନ କରିହେବ ନାହିଁ କି କହିହେବ ନାହିଁ। ଦୁଇ, ତିନିଟି ଜିଲ୍ଲା ଚିନ୍ତାରେ ପକାଇଛି ମୁଖ୍ୟତଃ ଗଂଜାମ ଜିଲ୍ଲା। ଦୁଇ, ତିନି ଜିଲ୍ଲାରେ ଅଧିକ ଆକ୍ରାନ୍ତ ମିଳୁଛନ୍ତି, ଅନ୍ୟ ଜିଲ୍ଲା ଚିନ୍ତାଜନକ ନୁହେଁ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲ ସ୍ଥିତିରେ ଅଛି। କରୋନା ଭ୍ୟାକସିନ୍ ୨୦୨୧ ପ୍ରଥମାର୍ଦ୍ଧରେ ଆସିବ।
-ଅଜୟ ପରିଡ଼ା, ILS ନିର୍ଦ୍ଦେଶକ 

ତେଣୁ ସେମାନେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ନହୋଇ ଘରେ ଆଇସୋଲେସନରେ ରହିଲେ ବହୁତ ଭଲ। ତେବେ ଘରେ ସେମାନେ ଯେପରି ସମସ୍ତ ଆଇସୋଲସନ କଟକଣା ମାନି ଚଳନ୍ତି, ସେ ଦିଗରେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି।

Positive-numbers-increases-due-to-rise-of-testing
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories