ଭୁଶୁଡ଼ିଲା ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ

ବ୍ରହ୍ମପୁର: ଭୁଶୁଡ଼ିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ। ସାବେରୀ ହଷ୍ଟେଲ୍‌ର ୬ଟି ଟଏଲେଟ୍ କଂପ୍ଲେକ୍ସ ଭୁଶୁଡ଼ି ପଡ଼ିଛି। ତେବେ ଏହି ସମୟରେ କେହି ଟଏଲେଟ୍‌ରେ ନ ଥିବାରୁ କେହି ଆହତ ହୋଇ ନାହାନ୍ତି। ହଷ୍ଟେଲର ପାଚେରୀ ମଧ୍ୟ ଭୁଶୁଡ଼ି ପଡ଼ିଛି। ତେବେ ଏଥିରେ ସୌଭାଗ୍ୟ ବଶତଃ କାହାରି କିଛି କ୍ଷତି ହୋଇ ନାହିଁ।
ଏହା ପରେ ହଷ୍ଟେଲକୁ ଅସୁରକ୍ଷିତ ବୋଲି ଘୋଷଣା କରିଛନ୍ତି ୟୁନିଭରସିଟି କର୍ତ୍ତୃପକ୍ଷ। ଏଥିସହିତ ସମସ୍ତ ଅନ୍ତେବାସୀଙ୍କୁ ଅନ୍ୟ ଏକ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି। ୧୯୮୯ ମସିହାରେ ତିଆରି ହୋଇଥିବା ଏହି ହଷ୍ଟେଲରେ ଦୀର୍ଘ ଦିନ ହେଲା ହଷ୍ଟେଲର ଛାତରୁ ପଲସ୍ତରା ଖସୁଥିଲା। ଅଭିଯୋଗ ପରେ ମଧ୍ୟ ତାର ମରାମତି ହୋଇନଥିଲା। ବିପଦସଂକୁଳ ଅବସ୍ଥାରେ ଏଠାରେ ରହୁଥିଲେ ଶହେ ୪ ଜଣ ଛାତ୍ରୀ।

You might also like