• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : ନିର୍ବାଚନ ବର୍ଷରେ ଋଣ କରି ସରକାରଙ୍କ ଯୋଜନା ଭେଟି। ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ଚାଲିଛନ୍ତି ରାଜ୍ୟ ସରକାର। ରାଜ୍ୟର ଋଣ ବୋଝ ୯୧ ହଜାର ୯୪୩ କୋଟି ଟପିଥିବା ବେଳେ ମୁଣ୍ଡପିଛା ଋଣଭାର ୨୩ ହଜାର ଟଙ୍କାରେ ପହଞ୍ଚିଛି।

ଏଭଳି ସ୍ଥିତିରେ ଝିଟିଙ୍କା ମାରି ବଣି ପୋଷିବା ନୀତିରେ ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଏଜେଣ୍ଡାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଓ ବିଶେଷଜ୍ଞ।

ପ୍ରତି ଗାଁରେ ପହଞ୍ଚିଛି ‘ଆମ ଗାଁ ଆମ ବିକାଶ’ ଯୋଜନା। ମାର୍ଚ୍ଚ ୫, ୨୦୧୮ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ୩୧୪ ବ୍ଲକ୍‌ରେ ୬୨ ହଜାର ୮୫୭ଟି ପ୍ରକଳ୍ପ ପାଇଁ ୧୫ଶହ ୫୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

କେବଳ ଏହି ଗୋଟିଏ ଯୋଜନା ନୁହେଁ, ରାଜ୍ୟ ସରକାର ଘୋଷଣା କରିଥିବା କାଳିଆ ଯୋଜନା ପାଇଁ ୧୦ ହଜାର ୧୮୦ କୋଟି, ବିଜୁ ଯୁବ ବାହିନୀ ପାଇଁ ୪୫୦ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲାଗି ୧୨ଶହ କୋଟି, ୩୦୦ SHGକୁ ସିଡ୍ ମନି ଓ ମୋବାଇଲ୍ ବାବଦକୁ ୫୪ ଲକ୍ଷ, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୨୨୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରୁଛନ୍ତି।

ତେବେ ବଡ଼ ପ୍ରଶ୍ନ ଋଣଯନ୍ତାରେ ଛନ୍ଦି ହୋଇଥିବା ରାଜ୍ୟ ସରକାର ଏତେ ସବୁ ଯୋଜନା ପାଇଁ କେଉଁଠୁ ଯୋଗାଡ଼ କରିବେ ସମ୍ବଳ? ନିର୍ବାଚନ ବର୍ଷରେ ଏସବୁ ଯୋଜନା ରାଜ୍ୟ ଅର୍ଥନୀତିକୁ କେତେ ପ୍ରଭାବିତ କରିବ? ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ରଖିଥିବା ତଥ୍ୟ କହୁଛି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୯୧ ହଜାର ୯୪୩ କୋଟି ୬୮ ଲକ୍ଷ ଟଙ୍କାରେ ପହଞ୍ଚିବ।

ସେପଟେ ୨୦୦୧ମସିହାରୁ ୨୦୧୮-୧୯ ମସିହା ଭିତରେ ଅର୍ଥାତ୍‌ ବିଜେଡି ସରକାର ଅମଳରେ ୯୬ ହଜାର ୩୧ କୋଟି ୩୦ ଲକ୍ଷ ଟଙ୍କାର ଋଣ କରାଯାଇଛି। ସେଥିମଧ୍ୟରୁ ୩୭ ହଜାର ୭୦୩ କୋଟି ୬୪ ଲକ୍ଷ ସୁଝାଯାଇଛି। ଅର୍ଥାତ୍‌ ନବୀନ ସରକାରଙ୍କ ସମୟରେ ଋଣ ଭାର ହୋଇଛି ୫୮ ହଜାର ୩୨୭ କୋଟି ୬୬ ଲକ୍ଷ ଟଙ୍କା।

ଫିସ୍‌କାଲ ରେସ୍‌ପନସ୍‌ବିଲିଟି ଆଣ୍ଡ ବଜେଟ୍ ମ୍ୟାନେଜମେଣ୍ଟ- ଏଫ୍ଆରବିଏମ୍ ଆକ୍ଟ ଅନୁସାରେ ଋଣ କରାଯାଉଛି। ଏଥିରେ କୌଣସି  ଅସୁବିଧା ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସେପଟେ ରାଜ୍ୟର ଦୁଃସ୍ଥ ଆର୍ଥିକ ଚିତ୍ରକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଏବେ ମୁଣ୍ଡପିଛା ଋଣଭାର ୨୩ ହଜାର ଟଙ୍କାରେ ପହଞ୍ଚିଛି। ଆର୍ଥିକ ସ୍ଥିତି ଦୟନୀୟ ଥିବାବେଳେ ରାଜ୍ୟ ସରକାର କେବଳ ଭୋଟ୍ ପାଇଁ ଯୋଜନା ପରେ ଯୋଜନା ଘୋଷଣା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବିଜେଡି ଏହାକୁ ଖଣ୍ଡନ କରିଛି।

ଗୋଟିଏ ପଟେ ଋଣ ବୋଝ, ଅନ୍ୟପଟେ ଭୋଟ୍ ନିଶାରେ ଯୋଜନା ପରେ ଯୋଜନା ଘୋଷଣା, ଏଭଳି ସ୍ଥିତିରେ ନୂଆ ସରକାର ଆସିଲେ ଋଣ ପରିଶୋଧ ଓ ବିକାଶ ମୂଳକ କାମ କିଭଳି ଆଗେଇବ ତାହା ବଡ଼ ଆହ୍ୱାନ ହେବ।

https://youtu.be/EQO2k8oZwHE

Populist-schemes-reignites-debate-on-odishas-rising-debt-burden
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories