କଟକ: ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଓଡ଼ିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ।
ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ କେଉଁ କାରଣରୁ ଆଘାତ ଲାଗିଥିଲା କିଛି ସ୍ପଷ୍ଟ ହୋଇନାହିଁ। ତାଙ୍କର ଏକ ୬ମାସର ଶିଶୁ ଅଛି ବୋଲି ଜଣାପଡ଼ିଛି।
ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ହୋଇଥିବା ‘ଏସିପି ନିକିତା’ରେ ସେ ଅଭିନୟ କରିଥିଲେ।
ସେ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ୨୦୧୧ରେ ‘ଚୋରି ଚୋରି ମନ ଚୋରି’ ଫିଲ୍ମରେ ସେ ଅଭିନୟ କରିଥିଲେ।
https://youtu.be/eSDgVhi3vvQ