• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ।  VAHANରେ ପଲ୍ୟୁସନ ସାର୍ଟିଫିକେଟ ଅପଲୋଡ ହୋଇଥିବା ଆବଶ୍ୟକ। ପୁରୁଣା ଅଫଲାଇନ ପଲ୍ୟୁସନ ସାର୍ଟିଫିକେଟ ଚଳିତମାସ ଶେଷରେ ଅକାମି ହୋଇଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ସଂଖ୍ୟା କମ ଥିବାରୁ ଚଳିତମାସ ଶେଷ ଯାଏ ପଲ୍ୟୁସନ ସାର୍ଟିଫିକେଟ କରିବାକୁ ସମୟ ଦିଆଯାଇଛି। ଅକ୍ଟୋବର ୧ ତାରିଖରୁ VAHANରେ ଅପ୍‌ଲୋଡ ହୋଇଥିବା ସାର୍ଟିଫିକେଟ ହିଁ ଗ୍ରହଣୀୟ ହେବ। ପଲ୍ୟୁସନ ସାର୍ଟିଫିକେଟ M PARIBAHAN ଆପ୍‌ରେ ରଖିପାରିବେ ଲୋକେ। ନିଜ ସହ ସାର୍ଟିଫିକେଟ ଧରି ବୁଲିବା ଆବଶ୍ୟକ ନାହିଁ ବୋଲି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଏବେ ୧୬୩ଟି ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ରହିଛି। ଦୁଇ ଚକିଆ ଓ ତିନି ଚକିଆ ଯାନ ପଲ୍ୟୁସନ ଟେଷ୍ଟିଂ ପାଇଁ ୬୦ ଟଙ୍କା ଓ ହାଲୁକା ୪ ଚକିଆ ଯାନ ପାଇଁ ଶହେ ଟଙ୍କା ଓ ମଧ୍ୟମ ଓ ଭାରୀ ଯାନ ପାଇଁ ୧୫୦ ଟଙ୍କା ଫି ଧାର୍ଯ୍ୟ ହୋଇଛି।

ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ମାସ ପର୍ଯ୍ୟନ୍ତ କୋହଳ କରିବାକୁ କହିଥିଲେ। ଗାଡ଼ି କାଗଜପତ୍ର ସଜାଡ଼ିବାକୁ ଲୋକଙ୍କୁ ୩ ମାସ ସମୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଲୋକଙ୍କ ରୋଷକୁ ଦେଖି ଏହି କୋହଳ ଘୋଷଣା କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୩ ମାସ ପୂରିବା ଆଗରୁ ପୁଣି ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ ବୋଲି ଟ୍ୱିଟ୍ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

 

Pollution-certificate-mandatory-after-october-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories