• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଉରକେଲା(ପୱନ କୁମାର ): ପ୍ରଦୂଷଣ ପାଇଁ ରାଉରକେଲା ଶ୍ରୀହିନ ହେବାକୁ ବସିଛି। ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରଦୂଷଣ। ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରେ ହେଉ କି ବାହାରେ ସବୁଠି ଏବେ ଖାଲି ଧୂଳି ଓ ଧୂଆଁର ଆସ୍ତରଣ। ସାରା ରାଜ୍ୟର ୭ ଟି ସହରରେ ପ୍ରଦୂଷଣର ବଢ଼ିଥିବେ ବେଳେ ସେହି ତାଲିକାରେ ଅଛି ଷ୍ଟିଲ ସିଟି। ରାଉରକେଲା ଷ୍ଟିଲ ପ୍ଳାଣ୍ଟରୁ ବାହାରୁଥିବା ଧୂଆଁ ଓ ଲୁହାଗୁଣ୍ଡର ମାତ୍ରା ଏତେ ବଢ଼ିଛି ଯେ ଲୋକେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି।

ଇସ୍ପାତ ନଗରୀ ରାଉରକେଲା । ଯୁଆଡେ ଯିବେ ଖାଇବାକୁ ପଡିବ କେବଳ ଧୂଳି ଓ ଧୂଆଁ। ଧୂଳିର ଆସ୍ତରଣରେ ବୁଡ଼ି ଯାଇଛି ପୁରା ସହର। ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ ଖାଲି ଆଖିରେ ବାହାରିବା କଷ୍ଟକର ହୋଇପଡିଛି । ସମଗ୍ର ରାଜ୍ୟରେ ୭ ଟି ସହର ମଧ୍ୟରୁ ରାଉରକେଲା ସହରକୁ ନେଇ ଏବେ ଚର୍ଚ୍ଚା। ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ବଢ଼ିଥିବା ବିଧାନସଭାରେ ଉତ୍ତର ରଖିଥିଲେ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆଉ ତା’ପର ଠାରୁ ଚିନ୍ତାରେ ସ୍ଥାନୀୟ ବାସିନ୍ଦା। 

ଦୀର୍ଘ ୫ ଦଶନ୍ଧି ହେବ ଏଠି ରାଉରକେଲା ଷ୍ଟିଲ ପ୍ଳାଣ୍ଟ ରେ ଦିନରାତି କାମ ଚାଲିଛି।  କମ୍ପାନୀ ଧୂଆଁ ଓ ଧୂଳିରେ ସାରା ସହର ଅସ୍ତବ୍ୟସ୍ତ। ଖାଲି ସେତିକି ନୁହେଁ ସ୍ମାର୍ଟସିଟିର ରାସ୍ତା ନିମାର୍ଣ ଓ ମରାମତି କାମ ଚାଲିଛି ଯେ ଚାଲିଛି , କେବେ ସରିବ ଏ ଉତ୍ତର କାହାରି ପାଖରେ ନାହିଁ । ସହରରେ ମୁଖ୍ୟମାର୍ଗ, ପାନପୋଷ, ହକି ଛକ, ଦକ୍ଷିଣ ରାଉରକେଲା ରାସ୍ତା ସବୁଠି ଖାଲି ପ୍ରଦୂଷଣ ଆଉ ପ୍ରଦୂଷଣ । ଲୋକେ ମଧ୍ୟ ଏଭଳି ଅବସ୍ଥାରେ ନାକେଦମ ହେଲେଣି । କିଛି କିଛି ତ ରାଉରକେଲା ଛାଡିବାକୁ ମଧ୍ୟ ମନସ୍ତ କଲେଣି ।

ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଯେଉଁ ଛୋଟ ବଡ କମ୍ପାନୀ ରହିଛି, ସେଥିରୁ  ଅନବରତ ଧୂଆଁ ବାହାରୁଛି । ସହର ତ ସହର ସହର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏବେ ପ୍ରଦୂଷଣ ମାତ୍ରା ଖୁବ ଅଧିକ। ଡାକ୍ତର କହୁଛନ୍ତି ଜଗି ରଖି ନ ଚଳିଲେ ଅବସ୍ଥା ଆହୁରି ଖରାପ ହେବ। ଅନ୍ୟପଟେ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ କହୁଛନ୍ତି କମ୍ପାନୀ ମାନଙ୍କ ଉପରେ ନଜର ରଖାଯାଇଛି, ଯେଉଁମାନେ ନିୟମ ଉଲଂଘନ କରିବେ ତାଙ୍କ ଉପରେ କଡା ପଦକ୍ଷେପ ନିଆଯିବ। ରାସ୍ତାର ଧୂଳି ପାଇଁ ଏନଏଚଆଇ କତ୍ତୃର୍ପକ୍ଷଙ୍କ ସହ ଆଲୋଚନ ହୋଇଛି । ସହରର ପ୍ରଦୂଷଣ ମାତ୍ରା କେମିତି ଠିକ ରହିବ ସେନେଇ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

Polluted-city-rourkela-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories