ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଥ୍‌ରେ ପହଞ୍ଚିଲେ ପୋଲିଂ ଅଫିସର୍

ବରଗଡ଼(ଦୀପକ ଶର୍ମା): ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ବରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।

ଆସନ୍ତାକାଲି ଭୋଟ୍ ଗ୍ରହଣ ପାଇଁ ପୋଲିଂ ଅଫିସର୍ ନିଜ ନିଜର ବୁଥକୁ ଯାଇଛନ୍ତି। ବରଗଡ଼ରୁ ଭଟଲି ଓ ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ପୋଲିଂ ଅଫିସର୍ ଇଭିଏମ୍, ଭିଭିପାଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପହଞ୍ଚିସାରିଛନ୍ତି।

ସେହିପରି ପଦ୍ମପୁର ଉପଖଣ୍ଡ କାର୍ଯ୍ୟାଳୟରୁ ପୋଲିଂ ଅଫିସର୍ ପଦ୍ମପୁର ଓ ବିଜେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ରରେ ପୋଲିଂ ସାମଗ୍ରୀ ନେଇ ପହଞ୍ଚିଛନ୍ତି। ତେବେ ବରଗଡ଼ ବିଧାନସଭା ଆସନ ପାଇଁ ଆଜି ପୋଲିଂ ଅଫିସର୍ ବୁଥ୍‌କୁ ଯିବେ।

You might also like