ନିର୍ବାଚନ ଡ୍ୟୁଟିକୁ ଯାଉଥିବା ବେଳେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ

ବାଲେଶ୍ୱର : ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ। ସେ ହେଲେ ବାରବାଟି ସ୍କୁଲର ପୂର୍ଣ୍ଣଚନ୍ଦ୍ର ପଣ୍ଡା। ନୀଳଗିରି ଅଯୋଧ୍ୟା ହାଇସ୍କୁଲରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ଅନ୍ୟ କର୍ମଚାରୀଙ୍କ ସହ ଏକ ବସ୍‌ରେ ସେଠାକୁ ଯାଇଥିଲେ ପୂର୍ଣ୍ଣଚନ୍ଦ୍ର।

ପୋଲିଂ ବୁଥ୍‌ରେ ପହଞ୍ଚିବା ପରେ ସମସ୍ତେ ବସ୍‌ରୁ ଓହ୍ଲାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଆଉ ଓହ୍ଲାଇ ନ ଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଡାକିବା ବେଳକୁ ତାଙ୍କର ଚେତା ନଥିଲା। ତୁରନ୍ତ ତାଙ୍କୁ ନୀଳଗିରି ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like