• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବଲାଙ୍ଗିର(ମନରଂଜନ ଯୋଷୀ): ବଲାଙ୍ଗିର ଲୋକସଭା ଆସନରେ ଏଥର ବି ରୟାଲ୍ ଫାଇଟ୍ ଦେଖିବାକୁ ମିଳିବ। କାରଣ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ପାଟଣା ରାଜପରିବାର ଦିଅର-ଭାଉଜ। ବିଜେପି ପ୍ରାର୍ଥୀ ସଂଗୀତ ସିଂହଦେଓଙ୍କୁ ଟକ୍କର ଦେଉଛନ୍ତି ବିଜେଡିର କଳିକେଶ ସିଂହଦେଓ।

୨୦୦୯ ଓ ୨୦୧୪ରେ ବିଜେଡି କ୍ରମାଗତ ଭାବେ ଦୁଇ ଥର ଏହି ଆସନକୁ କବ୍‌ଜା କରିଛି। ଉଭୟ ଥର ରାଜ ପରିବାରର ଲାଲସାହେବ କଳିକେଶଙ୍କୁ ନିର୍ବାଚିତ କରିଛନ୍ତି ବଲାଙ୍ଗିରବାସୀ। ବାପା ଅନଙ୍ଗ ଉଦୟ ସିଂଦେଓ ଓ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ପାଥେୟ କରି ଏଥର ବି ବାଜିମାତ୍ ଲାଗି ଆଶା ବାନ୍ଧିଛନ୍ତି କଳିକେଶ।

ଆଉ ପରିବର୍ତ୍ତନର ଆଭାସକୁ ଆୟୁଧ କରି ଏହି ଆସନ ଉପରେ କବ୍‌ଜା କରିବା ଲକ୍ଷ୍ୟରେ ୩ ଥରର ସାଂସଦ ସଂଗୀତା ସିଂହଦେଓ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ତେବେ କେହି କାହା ବିରୋଧରେ କହୁନଥିଲେ ବି ଦଳୀୟ ଆଭିମୁଖ୍ୟ ଓ ଇସ୍ତାହାରକୁ ଆଧାର କରି ଭୋଟ ମାଗୁଛନ୍ତି ପ୍ରାର୍ଥୀ।

ସେପଟେ ଦିଅର-ଭାଉଜଙ୍କୁ ଚେକ୍‌ମେଟ୍ ଦେବାକୁ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇଛି କଂଗ୍ରେସ। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ରଙ୍କୁ ଏଠାରୁ ପ୍ରାର୍ଥୀ କରି ଦଳୀୟ ଭୋଟ ହାତେଇବା ଚକ୍କରରେ ରହିଛି ଦଳ।

ରାଜ ପରିବାର ସଦସ୍ୟ ବର୍ଷ ବର୍ଷ ଧରି ବଲାଙ୍ଗିରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଏଠାରେ ସେମିତି କିଛି ବିକାଶ ଘଟିନାହିଁ। ମରୁଡି ଓ ଦାଦନ ସମସ୍ୟାକୁ ନେଇ ଜିଲ୍ଲା ସବୁବେଳେ ଖବରର ଶିରୋନାମାନେ ରହିଆସିଛି। ତା’ସହିତ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ବି ଯୋଡ଼ି ହୋଇଯାଇଛି। ତେଣୁ ଭୋଟରଙ୍କ ମନ ଜିଣିବାରେ କିଏ କେତେ ସଫଳ ହେଉଛନ୍ତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ହିଁ ତାହା ସ୍ପଷ୍ଟ ହେବ।

https://youtu.be/cHYxKNZOYw8

 

Poll-campaigning-intensifies-in-bolangir-before-elections
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories