କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତେଜୁଛି ରାଜନୀତି

ବିଜେଡି ପକ୍ଷରୁ ଧାରଣା

କୋରାପୁଟ  : କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତେଜୁଛି ରାଜନୀତି। ଅାସନ୍ତା ୧୫ ତାରିଖ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜୟପୁରକୁ ସଂପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ କରିବା ଦାବିରେ ବିଜେଡି ପକ୍ଷରୁ ଧାରଣା ଦିଅାଯାଇଥିଲା।

ଜୟପୁର ମେଡ଼ିକାଲ ସମ୍ମୁଖରେ ବିଜେଡି ନେତା ରବି ନନ୍ଦଙ୍କ ନେତୃତ୍ୱରେ ଏହି ଧାରଣା ଦିଅାଯାଇଥିଲା।  ମେଡ଼ିକାଲ ସ୍ଥାନାନ୍ତର ନେଇ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଅାରମ୍ଭ କରିଥିବା ବେଳେ କଂଗ୍ରେସ ଦଳର ଅାଭ୍ୟନ୍ତରୀଣ ଗଣ୍ଡଗୋଳ ଯୋଗୁଁ ଏଥିରେ ବାଧାପ୍ରାପ୍ତ ହେଉଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ବିଜେଡି ଲୋକଙ୍କୁ ଭୁତାଇବା ଲାଗି ରାଜନୀତି କରୁଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି। ଅାସନ୍ତା ୧୫ ସୁଦ୍ଧା ଜୟପୁର ମେଡ଼ିକାଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବ ବୋଲି କହିଛନ୍ତି ସିଡିଏମ୍ଓ।

You might also like