• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଳାହାଣ୍ଡି: କରୋନା ଆରମ୍ଭ ହେବା ପରଠୁ ଅର୍ଥାତ୍ ପ୍ରାୟ ୯ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ମେଗା ପବ୍ଲିକ୍ ଇଭେଣ୍ଟରେ ଯୋଗ ଦେଇଛନ୍ତି। କଳାହାଣ୍ଡିର ଜିଲ୍ଲାର ଚାଷୀଙ୍କ ପାଇଁ ମେଗା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପର ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହାଦ୍ୱାରା ଜିଲ୍ଲାର ୩ଟି ବ୍ଲକରେ ଜଳସେଚନ ସୁବିଧା ହେବ। ସେପଟେ ଏହି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ଢଙ୍ଗରେ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା।

ଲୋକାର୍ପିତ ହୋଇଛି କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷୀତ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ। ଜୟପାଟଣା ବ୍ଲକ ମଙ୍ଗଳପୁରରେ ଏହି ମେଗା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ॥ ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣା, କୋକସରା ଏବଂ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ୩୯ଟି ପଞ୍ଚାୟତର ୨୫ ହଜାର ୨୭୫ ହେର ଜମି ଜଳସେଚିତ ହେବ ଫଳରେ ୩ ଲକ୍ଷରୁ ଅଧିକ ଚାଷୀ ସିଧାସଳକ ଉପକୃତ ହେବେ। ୯୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ ୪୩.୨୬ କିଲୋମିଟର କଂକ୍ରିଟ କେନାଲ କରାଯିବା ସହ ୧୧୪୨ କିଲୋମିଟର ଭୂତଳ ପାଇପ ଲାଇନ୍ ବିଛାଯାଇଛି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କଳାହାଣ୍ଡି ଓଡ଼ିଶାର ବିକାଶ ପାଇଁ ବାଟ ଦେଖାଇଛି ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବର୍ଜ୍ଜନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପୃଥକ ସଭା ମଞ୍ଚରେ ତାଙ୍କ ବସିବା ବ୍ୟବସ୍ଥା ହୋଇଥିବାରୁ ପ୍ରଶ୍ନ ଉଠାଇବା ସହ ଏଭଳି ବ୍ୟୟବହୁଳ କାର୍ଯ୍ୟକ୍ରମ ଆୟୋଜନ ନେଇ ସେ ଆପତ୍ତି ଉଠାଇଛନ୍ତି। ଗଣତନ୍ତ୍ରରେ ଏସବୁ ସାମନ୍ତବାଦର ପ୍ରତୀକ ଭଳି ବୋଲି ସେ ଆକ୍ଷେପ କରିଛନ୍ତି। ସେହିପରି ଲୋକାର୍ପଣ କାର୍ଯ୍ୟକ୍ରମ ସରକାରୀ ହୋଇଥିବା ବେଳେ ଦଳୀୟ ଢଙ୍ଗରେ ଏହାକୁ ଆୟୋଜନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଏହି ଇନ୍ଦ୍ରାବତୀ ସେଚନ ପ୍ରକଳ୍ପ ଲୋକାର୍ପଣ ସହ ଜିଲ୍ଲାରେ ୨୦୮୫ କୋଟି ଟଙ୍କାର ନିର୍ମାଣ ହେବାକୁ ଥିବା ଅନ୍ୟ ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଏଭଳି ଏକ ବଡ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରରୁ ଜଗଦୀଶ ଦାସ, କଳାହାଣ୍ଡିରୁ ରାଜକୁମାର ସିଂହଦେଓଙ୍କ ସହ ମନୋରଂଜନ ଯୋଶୀଙ୍କ ରିପୋର୍ଟ, ଓଟିଭି

Politics-over-the-inauguration-of-the-indrabati-irrigation-project
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories