ବରୁଣେଇରେ ସହିଦ୍ ସ୍ମାରକୀକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ପୁଣି ଲେଉଟିଲା ସହିଦ୍ ସ୍ମାରକୀ ପ୍ରସଙ୍ଗ। ବରୁଣେଇରେ ସହିଦ୍ ସ୍ମାରକୀକୁ ନେଇ ରାଜନୀତି ତେଜିବାରେ ଲାଗିଛି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ବରୁଣେଇରେ ସହିଦ୍ ସ୍ମାରକୀ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଆଇଓସିଏଲ ୯୦ କୋଟି ଟଙ୍କା ମଞ୍ଜୁର କରିଛି। ତେବେ ରାଜ୍ୟ ସରକାର ୫୦ ଏକର ଜାଗା କାହିଁକି ଯୋଗାଇ ଦେଉନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି।

ଜୟୀ ରାଜଗୁରୁଙ୍କ ୨୧୨ ତମ ବଳିଦାନ ଦିବସ ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବରୁଣେଇ ଠାରେ ଏକ ବିରାଟକାୟ ସହିଦ୍ ସ୍ମାରକୀ ନିର୍ମାଣ କରିବାକୁ ୫୦ ଏକର ଜାଗା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲେ ବି ରାଜ୍ୟ ସରକାର କୌଣସି ଆଗ୍ରହ ଦେଖାଉନଥିବା ବିଜେପି ଅଭିଯୋଗ କରିଛି। ସେପଟେ ଏହାର ଜବାବରେ ବିଜେଡି କହିଛି, ଜାଗାର ଆଳ ଦେଖାଇ ବିଜେପି ରାଜନୀତି କରୁଛି।

ଅନ୍ୟପଟେ ବରୁଣେଇ ପାହାଡ଼ କିମ୍ବା ଖୋର୍ଦ୍ଧା ଗଡ଼ ନିକଟରେ ଏଭଳି ଏକ କାର୍ଯ୍ୟ ତୁରନ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଐତିହାସିକମାନେ ମତ ରଖିଛନ୍ତି।

You might also like