• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ନୂଆଦିଲ୍ଲୀ: ଚାଷୀଙ୍କ ହକ୍ ପାଇଁ ଆଜି ଦିଲ୍ଲୀ ଦରବାରରେ ବିଜେଡି ନେତାଙ୍କ ଗର୍ଜନ ଶୁଭିବ। ଏଥିପାଇଁ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ ପ୍ରସ୍ତୁତ ହୋଇଛି।

ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କ୍ୟାବିନେଟ୍‌ ମନ୍ତ୍ରୀ, ବିଧାୟକ ଧାରଣାରେ ବସିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ୨୯୩୦ ଟଙ୍କା କରିବା ଏବଂ ସ୍ୱାମୀନାଥନ୍‌ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ବିଜେଡି ପ୍ରମୁଖ ଦାବି ରଖିଛି। ଆଜି ଦିନ ତମାମ ଧାରଣା ଓ ପ୍ରତିବାଦ ସଭା ପରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବେ।

ଏଥିପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅନେକ ନେତା ଓ କର୍ମୀ ସ୍ୱତନ୍ତ୍ର ଟ୍ରେନ୍‌ରେ ଦିଲ୍ଲୀରେ ଯାଇ ପହଞ୍ଚିଛନ୍ତି।

ଅନ୍ୟପଟେ ଚାଷୀଙ୍କ ହକ୍‌ର ଲଢେଇ ପାଇଁ ବିଜେପି ମଧ୍ୟ ଆଜି ଦିନକୁ ଟାର୍ଗେଟ କରିଛି। ‘ଜବାବ ମାଗୁଛି ଚାଷୀ’ ନାରା ଦେଇ ନେତା ଓ କର୍ମୀମାନେ ଆଜି ସଚିବାଳୟ ଘେରାଉ କରିବେ।

ଦଳର ଅଭିଯୋଗ, ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀ ଧାନ ବିକିପାରୁନାହିଁ। କଟ୍‌ନି ଛଟ୍‌ନିର ବାହାନା କରି ମଣ୍ଡିରେ ଚାଷୀର ଧାନ କଟାଯାଉଥିବା ବେଳେ, ପଡ଼ୋଶୀ ରାଜ୍ୟରେ ଧାନ ବିକିଦେବାକୁ ଚାଷୀମାନେ ଉଚିତ୍‌ ମଣୁଛନ୍ତି।

Politics-over-farmers
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories