ଉଷୁନା ଓ ଅରୁଆ ଚାଉଳକୁ ନେଇ ବଢ଼ୁଛି ରାଜନୀତି

ଚାଉଳ ପ୍ରସଙ୍ଗରେ ସରଗରମ ରାଜ୍ୟ ରାଜନୀତି

ଭୁବନେଶ୍ୱର:(ହରିହର ଚାନ୍ଦ) ଚାଉଳ ପ୍ରସଙ୍ଗରେ ସରଗରମ ରାଜ୍ୟ ରାଜନୀତି। ହେଲେ ଏଥର ଆଉ ଟଙ୍କିକିଆ ଚାଉଳ ନୁହେଁ ବିଜେଡି ହାଣ୍ଡିରେ ଉଷୁନା, ଆଉ ବିଜେପି ହାଣ୍ଡିରେ ଫୁଟୁଛି ଅରୁଆ। ଚାଉଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ। ଚାଉଳ ଇସ୍ୟୁରେ ଗତକାଲି କେନ୍ଦ୍ରକୁ ଟାର୍ଗେଟ୍ କରି ବିଜେଡି କହିଥିଲା, FCI ଉଷୁନା ଚାଉଳ ଉଠାଉନାହିଁ ଏହାର ୨୪ ଘଣ୍ଟା ଭିତରେ ଆଟାକ୍ ମୁଡକୁ ଆସି, କେନ୍ଦ୍ରର ଏକ ଚିଠି ଦେଖାଇ କାଉଣ୍ଟର୍ କରିଛି ବିଜେପି।

ଦଳୀୟ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୁହେଁ ବରଂ ମିଲର୍ସଙ୍କ ପାଇଁ ଅଧିକ ଚିନ୍ତିତ। ଉଷୁନା ଚାଉଳ ୫୦ ପ୍ରତିଶତ ଓ ଅରୁଆ ଚାଉଳ ଯେତେ ଅଧିକ ଦେଇପାରିବେ ବୋଲି FCI ରାଜ୍ୟମାନଙ୍କୁ ଡିସେମ୍ବରରେ ଲେଖିଥିବା ଚିଠିକୁ ଦେଖାଇ ବର୍ଷିଥିଲେ ଲେଖାଶ୍ରୀ। ଅରୁଆ ଅପେକ୍ଷା ଉଷୁନାରୁ ୭ ପ୍ରତିଶତ ଅଧିକ ଚାଉଳ ମିଳିବା, ଅରୁଣା ଚାଉଳ ଭାଙ୍ଗିଯିବାର ଆଶଙ୍କା ଅଧିକ ଓ ଉଷୁନା କୁଣ୍ଡାରୁ ତେଲ ଉତ୍ପାଦନ କରି ମାଲିକମାନେ ଲାଭ ପାଉଥିବାରୁ ମିଲର୍ମାନେ ଉଷୁନା ଚାଉଳ ପାଇଁ ଆଗ୍ରହୀ ହେଉଥିବା ସେ କହିଛନ୍ତ।

ସେପଟେ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ, କେନ୍ଦ୍ରକୁ ଚିଠି ଲେଖି ଚାଉଳ ସଂଗ୍ରହ ନୀତିରେ ପରିବର୍ତ୍ତନ ସହ ୬ ହଜାର ୩୯ କୋଟି ଟଙ୍କାର ବକେୟା ସବସିଡି ଅର୍ଥ ଦେବାକୁ ନିବେଦନ କରିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଯୁକ୍ତି, ଓଡ଼ିଶାରେ ମାତ୍ର ୬ଟି ଜିଲ୍ଲାରେ ଅରୁଆ ଚାଉଳ ହୋଇଥାଏ। ଅଧିକାଂଶ ମିଲ୍ ଉଷୁନା ଚାଉଳ ଉତ୍ପାଦନ କରନ୍ତି। ଉଷୁନା ଚାଉଳ ଅଧିକ ବାହାରୁଥିବାରୁ ସେସବୁକୁ ଉଠାଇବା ପାଇଁ ଦାବି ରଖିଛି ରାଜ୍ୟ

ସେପଟେ ଉଭୟ ବିଜେଡି ଓ ବିଜେପି ଚାଷୀଙ୍କୁ ବୋକା ବନାଉଥିବା ଅଭିଯୋଗ କରିଛି କଂଗ୍ରେସ। ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବାବେଳେ ଉଷୁନା ଚାଉଳ ନଉଠାଇବାକୁ ନେଇ କେନ୍ଦ୍ରକୁ ବି ଟାର୍ଗେଟ୍ କରିଛି ଦଳ।

ଏହାଭିତରେ ବିଜେପି ନେତାମାନେ ଧାନମଣ୍ଡି ବୁଲିବା ସହ ବିଭିନ୍ନ ସ୍ଥାନରେ ଚାଷୀ ସମାବେଶ କରିଛନ୍ତି। କଂଗ୍ରେସ୍ କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ସମୟରେ ଆନ୍ଦୋଳନ କରୁଛି। ଆଉ ବିଜେଡି ଉଷୁନା ଚାଉଳକୁ ନେଇ ବିଜେପି ଅଭିଯାନକୁ କାଉଣ୍ଟର ଲାଗି ବାକୁ ଉଦ୍ୟମ କରୁଛି। ଏସବୁ ଭିତରେ ଆସନ୍ତା ୨୧ ତାରିଖରେ ସମ୍ବଲପୁରରେ ୫ଟି ସଂସଦୀୟ କ୍ଷେତ୍ରର ଚାଷୀଙ୍କୁ ନେଇ ସମାବେଶ କରିବାକୁ ଯାଉଛି ବିଜେପି। ତେବେ ଦେଖିବାକୁ ବାକି ରହିଲା ଚାଉଳକୁ ନେଇ କେତେଦିନ ଚାଲୁଛି ରାଜନୀତି?

You might also like