ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି

ଖୋର୍ଦ୍ଧା : ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି। ମୋଦିଙ୍କ ଖୋର୍ଦ୍ଧା ଗସ୍ତ ପୂର୍ବରୁ ସରକାର ବରୁଣେଇରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ଜମି ଦେବା ଦାବିକୁ ଜୋରଦାର କରିଛନ୍ତି ବିଭିନ୍ନ ପାଇକ ସଂଗଠନ। ଆଜି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ସଂଗଠନର ଟିମ୍‌ କେନ୍ଦ୍ର ସଂସୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟି ରାଜ୍ୟ ଉପରେ ଚାପ ପକାଇବାକୁ ଅନୁରୋଧ କରିଥିଲେ।

ତେବେ ରାଜ୍ୟ ସରକାର ଜାଣିଶୁଣି ଜମି ଦେଉନଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଶ୍ୱଭୂଷଣ। ପାଇକ ସ୍ମୃତିସ୍ତମ୍ଭ ପାଇଁ ୧୯୦ କୋଟିର ମଞ୍ଜୁରୀ ମିଳିଥିବାନେଇ ବିଶ୍ୱଭୂଷଣ କହୁଥିବାବେଳେ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଟଙ୍କା ମିଳିନଥିବାରୁ ଜମି ଦେବାରେ ବିଳମ୍ବ ହେଉଛି।

You might also like