• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ : ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ତେଜିଲା ରାଜନୀତି । ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି କଟକ ଜିଲ୍ଲାର ସବୁ ବ୍ଲକରେ ବିକ୍ଷୋଭ କରୁଛି ବିଜେପି । ରାସ୍ତାକୁ ଓହ୍ଲାଇ ଆସି ବରିଷ୍ଠ ବିଜେପି ନେତାଙ୍କ ହତ୍ୟାକାଣ୍ଡର ପ୍ରତିବାଦ କରିଛନ୍ତି କର୍ମୀ  । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକରାଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାଇ ଦେଇଛନ୍ତି ବିଜେପି କର୍ମୀ ।

ସେପଟେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଶାସକ ବିଜେଡି ଉପରକୁ ଅଙ୍ଗୁଳି ଉଠିଛି । ମାହାଙ୍ଗା ଥାନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଅଭିଯୋଗ ହୋଇଛି । ତେବେ ଏଫଆଇଆର ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା  । ସେ କହିଛନ୍ତି, ମୁଁ ବିଜେପିକୁ କିଛି କହିବାକୁ ଚାହେଁନି । ବିଜେପି ଯାହା କହିବା କଥା କହୁ, ଆମେ ଯାହା କରିବା କଥା କରିବୁ। ଘଟଣାରେ ମୋ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଆପେଆପେ ଜଣାପଡ଼ିବ ।

ସେ ଆହୁରି ମଧ୍ୟ କହିଛନ୍ତି , ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଉଚିତ । ତେବେ ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ  ସୃଷ୍ଟି କରୁଛି  ।  କାରଣ ଘଟଣାକୁ ଅଯଥାରେ ରାଜନୈତିକ ରୂପ ଦେବାକୁ ଚାହୁଁଛି ବିଜେପି  ।  ବ୍ୟକ୍ତିଗତ ଭାବେ ମୁଁ ନିଜେ ଉଦ୍ୟମ କରିବି, ଯେପରି ଦୋଷୀ ତୁରନ୍ତ ଗିରଫ ହୋଇ କଠୋର ଦଣ୍ଡ ପାଉ ।

ଅନ୍ୟପଟେ ବିଜେଡି ସମର୍ଥିତ ଗୁଣ୍ଡାଙ୍କ ଦ୍ୱାରା ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଛି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ୪୮ ଘଣ୍ଟାରେ ଦୋଷୀ ଧରା ନ ପଡ଼ିଲେ, ରାଜ୍ୟରେ ପ୍ରତିବାଦ କରାଯିବ । ଏଥିସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ ବୋଲି ସେ ଚେତାଇଦେଇଛନ୍ତି  ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗ ଉଠାଇବା ତଥା ପୂର୍ବରୁ ହୋଇଥିବା ବିକାଶ ଜେନା ହତ୍ୟାକାଣ୍ଡରେ ନ୍ୟାୟ ପାଇଁ ଲଢ଼ିବା କାରଣରୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ମୃତକଙ୍କ ପୁଅ ରମାକାନ୍ତ ଅଭିଯୋଗ କରିଥିଲେ । ତେବେ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗିରହିଛି ।

Politics-on-mahanga-double-murdrer
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories