• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁରତ୍‌ ଗସ୍ତକୁ ନେଇ ତେଜିଲା ରାଜନୀତି। ଆସନ୍ତାକାଲି ସୁରତ୍‌ରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାକୁ ଯାଉଥିବା ବେଳେ ତା ପୂର୍ବରୁ ଆଜି ବିଜେପି ଓ କଂଗ୍ରେସ ବର୍ଷିଛନ୍ତି।

ସୁରତ୍‌ରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ନବୀନ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଧର୍ମେନ୍ଦ୍ର କହିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସୁରତ୍‌ ଯାଉଛନ୍ତି ଏବଂ ଗଲା ୧୯ ବର୍ଷ ହେଲା ପ୍ରବାସୀ ଓଡ଼ିଆଙ୍କ ପାଇଁ ଦିନେ ହେଲେ ଚିନ୍ତା କରିନଥିବା ଧର୍ମେନ୍ଦ୍ର କହିଛନ୍ତି।

ଏ ପ୍ରସଙ୍ଗରେ ସେ ଆୟୁଷ୍ମାନ ଭାରତ ଯୋଜନା କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଜିଦ୍ ଓ ଅହଙ୍କାର ପାଇଁ ପ୍ରବାସୀ ଓଡ଼ିଆ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି। ସୁରତରେ ରହୁଥିବା ନିଜ ଜିଲ୍ଲାର ଭୋଟର ମଧ୍ୟ ତାଙ୍କୁ ଆଉ ଚାହୁଁନାହାନ୍ତି ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ କମ୍ପ୍ରେସ୍‌ ବାୟୋଗ୍ୟାସ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ ବେଳେ ନବୀନଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମାନ ଅଭିଯୋଗ ଆଣି କହିଛନ୍ତି ଯେ, ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ସୁରତ ଯାଉଛନ୍ତି।

Politics-on-cm-naveen-to-visit-surat-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories