ଡାକ୍ତର ବଦଳି ପ୍ରସଙ୍ଗ: କୋରାପୁଟ ଜିଲ୍ଲା ରାଜନୀତି ସରଗରମ

କୋରାପୁଟ: ଡାକ୍ତର ବଦଳି ପ୍ରସଙ୍ଗକୁ ନେଇ ଜୋରଧରିଛି କୋରାପୁଟ ଜିଲ୍ଲା ରାଜନୀତି। କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆରମ୍ଭ ହେବା ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ମିଳିଥିଲା। କୋରାପୁଟରୁ ୧୪ ଜଣ ବିଶେଷଜ୍ଞଙ୍କ ସହ କିଛି ପାରାମେଡିକାଲ ଷ୍ଟାଫଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିଲା। ଆଉ ଏହି ଘଟଣାକୁ କେନ୍ଦ୍ରକରି ଲାଗିରହିଛି ବିବାଦ।

ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି କରାଯାଉ, ନହେଲେ ଜୟପୁର ମେଡିକାଲକୁ ପଠାଯାଇଥିବା ଡାକ୍ତରଙ୍କ ପୁନଶ୍ଚ ଫେରାଇ ଆଣିବାକୁ ଦାବି କରିଥିଲେ କୋରାପୁଟ ବିଧାୟକ।

ଏମିତିକି ଏଭଳି ଦାବି ନେଇ ୩ଦିନ ଧାରଣା ଦିଆଯାଇଥିଲା। ଏପଟେ ଜୟପୁର ଓ କୋରାପୁଟ ମଧ୍ୟରେ ବିଭେଦ ସୃଷ୍ଟି କରାନଯାଉ ବୋଲି କହିଛନ୍ତି ଜୟପୁର ବିଧାୟକ। ସେପଟେ ବିଜେଡି ନେତା ରବିନାରାୟଣ ନନ୍ଦ କହିଛନ୍ତି, ଏଭଳି ପ୍ରସଙ୍ଗକୁ ରାଜନୀତିକରଣ କରା ନଯାଉ। ତେବେ ଜିଲ୍ଲାପାଳ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି କାଏମ ରହିବ।

You might also like