ବଲାଙ୍ଗିରରେ ବଢୁଛି ରାଜନୀତି ତାତି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବଢୁଛି ରାଜନୀତିର ତାତି। ନେତାଙ୍କ କାରନାମା ଦେଖିଲେ, ନିର୍ବାଚନର ଭ୍ରମ ସୃଷ୍ଟି ହେଉଛି। ସହରର ରାସ୍ତାଘାଟ, ପୋଲ ଓ ଡ୍ରେନ୍‌ ଉଦ୍‌ଘାଟନ ପାଇଁ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଆଗରୁ ଉଦ୍‌ଘାଟନକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ, ଏବେ ଏକାଠି ବିଜେଡି ସାଂସଦ ଓ କଂଗ୍ରେସ ବିଧାୟକ ଉଦ୍‌ଘାଟନ କରୁଛନ୍ତି। ଆଉ ଦଳୀୟ ନାରାରେ ଗର୍ଜୁଛି ପୂରା ଅଞ୍ଚଳ।

ଗତ ଶୁକ୍ରବାର ଦିନ ସହରର ବିଭିନ୍ନ ସାହି, ରାସ୍ତା ଉପରେ ଦଳୀୟ ସ୍ଲୋଗାନ ଦେଇ ବିଜେଡି ଓ କଂଗ୍ରେସ ସମର୍ଥକ ଗର୍ଜୁଥିଲେ। କର୍ମୀଙ୍କ ସହ ବିଭିନ୍ନ ସାହି ମଧ୍ୟ ବୁଲିଥିଲେ ସାଂସଦ କଳିକେଶ ନାରାୟଣ ସିଂ ଦେଓ ଓ ବିଧାୟକ ନରସିଂହ ମିଶ୍ର। ପାଖାପାଖି ୮ରୁ ୧୦ଟି ପ୍ରକଳ୍ପର ଉଦ୍‌ଘାଟନକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଗୁରବାର ସୁଦ୍ଧା ଏସବୁ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ପରେ ଏହି କାର୍ଯ୍ୟକ୍ରମ ବଦଳି ଯାଇଥିଲା। ନିର୍ଦ୍ଧାରିତ ସମୟରେ, ଜାଗା ଉପରେ ପହଞ୍ଚି ଏକାଠି ଉଦ୍‌ଘାଟନ କରିଥିଲେ ସାଂସଦ ଓ ବିଧାୟକ।

ତେବେ ଗତ ଅଗଷ୍ଟ ୨୮ ତାରିଖରେ ବଲାଙ୍ଗିର ପାଟଣାଗଡ ରାସ୍ତାରେ ଥିବା ଲକ୍ଷ୍ମୀ ଯୋର ପୋଲର ପ୍ରଶସ୍ତିକରଣ କାମକୁ ଆଗୁଆ ଏକା ଏକା ଉଦ୍‌ଘାଟନ କରିଥିଲେ ସାଂସଦ କଳିକେଶ।  କିନ୍ତୁ ଚାରିଦିନ ପରେ, ଫଳକ ଭଙ୍ଗାଯିବା ଅଭିଯୋଗ ହୋଇଥିଲ॥

ତେବେ ନିର୍ବାଚନ ପୂର୍ବରୁ ସାଂସଦ, ବିଧାୟକଙ୍କ ଏପରି ଭେଳିକି ଦେଖି ବିଜେପି ନେତା ଓ ବୁଦ୍ଧିଜୀବୀ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି।

You might also like