ଖାଦ୍ୟ ସୁରକ୍ଷା ଶ୍ରେୟ ନେବାକୁ କେନ୍ଦ୍ର-ରାଜ୍ୟ ଟଣାଓଟରା
ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାର ଶ୍ରେୟ ନେବା ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି। କେନ୍ଦ୍ର ମୋଟ ୩ କୋଟି ୨୬ଲକ୍ଷ ୪୧ ହଜାର ୮ଶହ ଲୋକଙ୍କୁ ସାମିଲ ପାଇଁ ପରାମର୍ଶ ଦେଇଥିଲା। ହେଲେ ଏଯାଏଁ ୩ କୋଟି ୨୩ ଲକ୍ଷ ୧୨ହଜାର ୯୪୧ ଜଣ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇପାରିଛି। ଅବଶିଷ୍ଟ ୩ ଲକ୍ଷ ୨୮ହଜାର ୮୫୯ ଜଣ ହିତାଧିକାରୀଙ୍କ ତାଲିକା ଦେବା ଲାଗି ରାଜ୍ୟ ଫୁଡ୍ କମିଶନ ଅଧ୍ୟକ୍ଷ ଚିଠି ଲେଖିଥିଲେ ମଧ୍ୟ ରାଜ୍ୟ ସରକାର ଏନେଇ ତତ୍ପରତା ଦେଖାଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ଏମିତିକି ନୂଅା ଅାବେଦନ ଗ୍ରହଣ ନକରି ରାଜ୍ୟ ସରକାର ନିଜ ଯୋଜନା ଲାଗି ଅାବେଦନ ଗ୍ରହଣ ଅାରମ୍ଭ କରିଦେଇଛନ୍ତି। ଏହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ବେଳେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜାନ ଅାବେଦନ ବନ୍ଦ ଥିବାରୁ ଅାସନ୍ତା ଅକ୍ଟୋବର ୨ ଯାଏଁ ରାଜ୍ୟରେ କୌଣସି ନୂଅା ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ ନାହିଁ। ମାତ୍ର ସେମାନେ ରାଜ୍ୟ ଯୋଜନା ଲାଗି ଅାବେଦନ କରିପାରିବେ ବୋଲି ବ୍ୟବସ୍ଥା ରହିଛି। ତେବେ ରାଜ୍ୟ ସରକାରଙ୍କ ଏଭଳି ନୀତି, ହିତାଧିକାରୀଙ୍କ ସ୍ୱାର୍ଥ ରକ୍ଷା କରିପାରିବତ? ତାକୁ ନେଇ ଉଠିଛି ପ୍ରଶ୍ନ।