ଫୋକସରେ ପଲିଟିକାଲ ଓ୍ୱାର୍ ଜୋନ୍ କେନ୍ଦ୍ରାପଡ଼ା

ଅବାଧ ଓ ମୁକ୍ତ ମତଦାନ ପାଇଁ ବିଜେପି-ବିଜେଡିର ଦାବି

ଭୁବନେଶ୍ୱର : ପଲିଟିକାଲ୍ ଓ୍ୱାର୍‌ଜୋନ୍ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଭୋଟିଂ ପୂର୍ବରୁ ଚାଲିଛି ପ୍ରସ୍ତୁତି। ପୁରା ସାଜ ସରଞ୍ଜାମ ସହ ବୁଥ୍ ପ୍ରସ୍ତୁତ। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ସୁରକ୍ଷା କର୍ମୀ ବି ତୟାର। ଲଢ଼େଇ ପାଇଁ ତିନି ଦଳର ପ୍ରାର୍ଥୀଙ୍କ ନାଁ ଘୋଷଣା ପରଠୁ ୧୯ ମହାଯୁଦ୍ଧର ଯେମିତି ଏପି ସେଣ୍ଟର ପାଲଟିଯାଇଛି କେନ୍ଦ୍ରାପଡ଼ା।

ତାର କାରଣ ବିଜେଡି ଛାଡ଼ି ବିଜେପିର ପ୍ରାର୍ଥୀ ହୋଇଥିବା ବୈଜୟନ୍ତ। ବିଜେପିର ହେଭିୱେଟ୍ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କଂଗ୍ରେସ ଧରଣୀଧର ନାୟକ ଓ ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ହେଲେ ପ୍ରଚାର ସମୟରେ କେନ୍ଦ୍ରାପଡ଼ାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦି ଦିନିଆ ପ୍ରଚାର ସହ ଶାସକ ଦଳର ଗଣ୍ଡା ଗଣ୍ଡା ନେତାଙ୍କ ଉପସ୍ଥିତି, ଅନ୍ୟପଟେ ଖୋଦ୍ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରଚାର ଏ ଲଢ଼େଇକୁ ଏକ ପ୍ରକାର ବିଜେଡି-ବନାମ ବୈଜୟନ୍ତ କରି ଦେଇଛି।

ସମ୍ମାନ ବନାମ ସ୍ୱାଭିମାନ୍‌ର ଲଢ଼େଇରେ ପରିଣତ କରିଦେଇଛି। ସେଇଥିପାଇଁ ସଂସଦୀୟ କ୍ଷେତ୍ରର ମୋଟ ୧୯୯୨ ବୁଥ୍‌ରେ ସୁରୁଖୁରୁରେ ମତଦାନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷାକର୍ମୀଙ୍କ ସବୁଠୁ ଅଧିକ ନଜର ରହିଛି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଥିବା ୨୫୬ଟି ବୁଥ୍ ଉପରେ।

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ୩୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ୧୩୦ ଅଫିସରଙ୍କ ସମେତ ୩ ଶହ କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଛି।

ଭୋଟ୍ ପାଇଁ ପ୍ରସ୍ତୁତି ସମୟରେ ବି ବିଜେପି-ବିଜେଡି ଛକାପଞ୍ଝା ଥମୁନି। ଅବାଧ ଓ ନିରପେକ୍ଷ ମତଦାନ ପାଇଁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସଂସଦୀୟ କ୍ଷେତ୍ରରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଥିଲା ବେଳେ ଆଜି ମଧ୍ୟ ତାଙ୍କ ପକ୍ଷରୁ ଅନୁରୂପ ଦାବି ହୋଇଛି। ଶାସନ କ୍ଷମତାରେ ଥିବା ଦଳ କିଛି ବୁଥ୍‌ରେ ରିଗିଂ କରିବା ଆଶଙ୍କା କରି ସମ୍ବେଦନଶୀଳ ବୁଥ୍ ତାଲିକା ସହ ଆଜି ପଦକ୍ଷେପ ପାଇଁ ସିଇଓଙ୍କୁ ବୈଜୟନ୍ତ ପକ୍ଷରୁ ଚିଠି ଲେଖାଯାଇଛି।

ସେପଟେ ବିଜେଡି ମଧ୍ୟ ନିର୍ବାଚନ ବେଳେ ହିଂସା ଆଶଙ୍କା କରି ଅତିରିକ୍ତ କେନ୍ଦ୍ରୀୟ ବଳ ମୁତୟନ ପାଇଁ ସିଇଓଙ୍କ ପାଖରେ ଦାବି କରିଛି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସୁରୁଖୁରୁରେ ମତଦାନ ପାଇଁ କେନ୍ଦ୍ରାପଡ଼ାରେ ବିଶେଷ ଧ୍ୟାନ ଦିଆଯାଇଛି।

ରାଜନୈତିକ ଦଳଙ୍କ ଛକାପଞ୍ଝା ଭିତରେ ନିଜ ମତାଧିକାର ସାବ୍ୟସ୍ତ କରି କେନ୍ଦ୍ରାପଡ଼ାର ଭବିଷ୍ୟତ ବାଛିବାକୁ ଭୋଟରଙ୍କ ଭିତରେ ପ୍ରବଳ ଉତ୍ସାହ।

ଏବେ ଅପେକ୍ଷା ୧୯ ମହାଯୁଦ୍ଧରେ କେନ୍ଦ୍ରାପଡ଼ାର ଏ ଚର୍ଚ୍ଚିତ ଲଢ଼େଇରେ ୧୬ ଲକ୍ଷରୁ ଅଧିକ ମତଦାତା କାହା ସପକ୍ଷରେ ନିଜ ରାୟ ଦେଉଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like