ରାଫେଲ୍ ଡିଲ୍ ପ୍ରସଙ୍ଗ : ମୋଦିଙ୍କୁ ପିସିସି ସଭାପତିଙ୍କ କଟାକ୍ଷ
ଭୁବନେଶ୍ୱର : ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ କଟାକ୍ଷ। ଚୌକିଦାର ବନିଗଲେ ପାର୍ଟନର ବୋଲି କହିଛନ୍ତି ନିରଂଜନ। ପିସିସି ସଭାପତି ଅଭିଯୋଗ କରିଛନ୍ତି, ରାଫେଲ ଦୁର୍ନୀତିରେ ଅନିଲ ଅମ୍ବାନିଙ୍କ ସହିତ ମୋଦି ମଧ୍ୟ ସଂପୃକ୍ତ ଅଛନ୍ତି ।
ହାଲ୍କୁ ନିର୍ମାଣ ଦାୟିତ୍ୱ ଦିଅାଯାଇଥିଲେ ଓଡ଼ିଶା ଉପକୃତ ହୋଇଥାନ୍ତା। ରାଫେଲ ଦୁର୍ନୀତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛି। ସୁନାବେଡ଼ା ହାଲ୍ରେ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି ଓଡିଶାର ଯୁବକ ଯୁବତୀ।
ରାଫେଲ ଡିଲ୍ରେ ୪୨ ହଜାର କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ଅଭିଯୋଗ କରି ନିରଂଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଅାଦୌ ଅଭିଜ୍ଞତା ନ ଥିବା ଅନିଲ ଅମ୍ବାନିଙ୍କ କମ୍ପାନିକୁ କିପରି ପାର୍ଟନର କରାଗଲା ।