ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଆଉ ବର୍ଷେ ଅନୁମତି ପ୍ରସଙ୍ଗରେ ଜାରି ରହିଛି ରାଜନୈତିକ ବୟାନବାଜି। ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି ଯେ ଉପା ସରକାର ବେଳେ ପୋଲାଭରମ ଏକ ପ୍ରତିଶ୍ରୁତି ଥିଲା। ଆନ୍ଧ୍ର ବିଭାଜନ ବେଳେ ପୋଲାଭରମ କେନ୍ଦ୍ରର ପ୍ରତିଶ୍ରୁତି ଥିଲା। ତେଣୁ ଭାରତ ସରକାରଙ୍କୁ ଉକ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ।
ତେବେ ଓଡ଼ିଶା ସ୍ୱାର୍ଥ ସଂପର୍କରେ ଉତ୍ଥାପନ ପ୍ରସଙ୍ଗକୁ ଦୃଷ୍ଟି ଦିଆଯିବା ଉଚିତ ବୋଲି ସେ କହିଛନ୍ତି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପୁଣି ବର୍ଷକ ପାଇଁ ପୋଲାଭରମ ପ୍ରକଳ୍ପ କାମକୁ ଅନୁମତି ଦେଇଥିଲା। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଜୁନ୍ ୨ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମ ବନ୍ଦ ରଖିବାକୁ କହିଥିଲେ।
ଏପରିକି ଏହା ଗୋଦାବରୀ ଟ୍ରିବୁନାଲର ବିରୁଦ୍ଧାଚରଣ କରୁଛି ବୋଲି ଚିଠିରେ ଦର୍ଶାଇଥିଲେ। ଏହା ସତ୍ତ୍ୱେ ପୋଲାଭରମ ନିର୍ମାଣ କାମ ଚାଲୁରହିଛି।