ବିଶ୍ୱ ଐତିହ୍ୟ ସହର ପରିକଳ୍ପନା ପାଇଁ ମାଟିରେ ମିଶୁଛି ଶ୍ରୀ‍କ୍ଷେତ୍ରର ଆଉ ଏକ ଐତିହ୍ୟ ବଡ଼ ଆଖଡ଼ା ମଠ

ପୁରୀ: ସାଧୁସନ୍ଥଙ୍କ ବିରୋଧ ସତ୍ତ୍ୱେ ଆଜି ପୁରୀର ପ୍ରସିଦ୍ଧ ବଡ଼ ଆଖଡ଼ା ମଠକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନ୍‌ଚିଟ୍‌ ପରେ ଆଜି  ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଆଜି ବଡ଼ ଆଖଡ଼ା ମଠର ଅର୍ଦ୍ଧାଧିକ କୋଠା ମାଟିରେ ମିଶିଛି। ଦୁଇ ଦିନ ଭିତରେ ଏହି ମଠର ଉଚ୍ଛେଦ କାମକୁ ସଂପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଛନ୍ତି। ଏଥିପାଇଁ ପୁରୀରେ ଥିବା ଅନେକ ପୁରାତନ ମଠକୁ ଉଚ୍ଛେଦ କରାଯାଉଛି।

ଏହିକ୍ରମରେ ଶ୍ରୀକ୍ଷେତ୍ରର ଆଉ ଏକ ଐତିହ୍ୟ ନାଗା ବୈଷ୍ଣବ ସାଧୁଙ୍କ ପ୍ରାଚୀନ ଏବଂ ପୁରୀର ସବୁଠୁ ଲମ୍ବା ବଡ଼ ଆଖଡ଼ା ମଠକୁ ଆଜି ଭଙ୍ଗା ଯାଇଛି। ପୂର୍ବରୁ ମଧ୍ୟ ଏହି ମଠକୁ ଉଚ୍ଛେଦ ପାଇଁ ପ୍ରଶାସନ ଚେଷ୍ଟା କରିଥିଲେ ହେଁ ସାଧୁସନ୍ଥଙ୍କ ବିରୋଧ ପାଇଁ ପଛକୁ ହଟିଥିଲା। ଦିନ ତମାମ ପ୍ରଶାସନ ଓ ସାଧୁସନ୍ଥଙ୍କ ବିରୋଧ ଯୋଗୁ ଛକାପଞ୍ଝା ଲାଗି ରହିଥିଲା। ଶେଷରେ ପ୍ରଶାସନ ପକ୍ଷରୁ ଦୁଇ ଦିନ ପାଇଁ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା।

ହେଲେ ଗତକାଲି ଆମିକସ କ୍ୟୁରୀଙ୍କ କ୍ଲିନଚିଟ୍ ପରେ ଦୁଇ ଦିନ ଧରି ବନ୍ଦ ଥିବା ଉଚ୍ଛେଦ ଅଭିଯାନ ଆଜି ଆଗକୁ ବଢ଼ିଥିଲା। ଆଜି ସକାଳୁ ୧୨ ପ୍ଲାଟୁନ୍ ଫୋର୍ସ ସହ ୮ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବଡ଼ ଆଖଡ଼ା ମଠର ଉଚ୍ଛେଦ କାମ ଆରମ୍ଭ ହୋଇଥିଲା।
https://youtu.be/HmVozRZ291w
You might also like