• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : କୋଭିଡ୍ ନିମୟ ମାନୁନଥିବା ଅମାନିଆଙ୍କୁ ସାବାଡ଼ କରିବାକୁ ଗଠନ ହେଲା ସ୍ୱତନ୍ତ୍ର ଟିମ୍ । ପୋଲିସ ଆଖିରେ ଧୂଳି ଦେଇ ମାସ୍କ ପିନ୍ଧୁନଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଲୋକେ ଆଉ ରକ୍ଷା ପାଇବେ ନାହିଁ । ସିସିଟିଭି ଆଧାରରେ ଅମାନିଆଙ୍କ ନିକଟରେ ପହଞ୍ଚିବା ସହ ତାଙ୍କ ଠାରୁ ଫାଇନ୍ କଟାଯିବ । ସଂକ୍ରମଣ ବଢ଼ୁଥିବା ବେଳେ ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ମିଳିବ ନାହିଁ । ତେବେ ନୂଆ ନିୟମ ଅନୁସାରେ ଫାଇନ୍ କଟାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ଗତକାଲି ଠାରୁ ମୁଖ୍ୟମନ୍ତ୍ରୀ ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ଲୋକେ ଏବେ ବି ସଚେତନ ନହୋଇ ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳୁଛି । ମହମାରୀକୁ ହରାଇବାକୁ ହେଲେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର। ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ହେବ। ମାସ୍କ ନପିନ୍ଧିଲେ ଏବେ ୨ ଗୁଣା ଜରିମାନା ଆଦାୟ କରାଯିବ । ତେବେ  ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ ।

ସେପଟେ ଆଜି କୋଭିଡ଼୍ ନିୟମ ଉଲ୍ଲଂଘନ ପାଇଁ  ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ସିଲ୍ କରାଯାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଶାସନ ଏପରି କଡ଼ା ନିଷ୍ପତ୍ତି ନେଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଡ଼ ଭିଡ଼ ଜମିଥିଲା । ଟିକେଟ କାଉଣ୍ଟରରେ ଭିଡ଼ ଜମିବାରୁ ପୋଲିସ ଲାଠି ମାଡ଼ ମଧ୍ୟ କରିଥିଲା । ଗତକାଲି କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ାର  ଏକ ସିନେମା ହଲ୍ ସିଲ୍ ହୋଇଥିଲା । ସେହିପରି ଉଦୟପ୍ଲାଜା ସିନେମା ହଲକୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା ପ୍ରଶାସନ।

ସୂଚନାଯୋଗ୍ୟ ଆଜି ରାଜ୍ୟରେ ୧୩୭୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୮୧୨ ଏବଂ ଲୋକାଲ କେସ ୫୬୩ । ଆଜି ସୁନ୍ଦରଗଡ ରେକର୍ଡ କରିଛି। ଏକ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୫ ଜଣ ଆକ୍ରାନ୍ତ। ଗତକାଲି ମଧ୍ୟ ସବୁଠାରୁ ଅଧିକ ରୋଗୀ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Policemen-in-plain-clothes-to-be-deployed-to-nab-mask-norm-violators
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories