ବୁର୍ଦ୍ଦାରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ। ପୂର୍ବରୁ ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଗାଁକୁ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଗାଁ ଭିତରକୁ ପୋଲିସକୁ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ। ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି। ବୁର୍ଦ୍ଦା ଗାଁରେ ପ୍ରବେଶ ପଥରେ ୪ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।

ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ମାସ ୧୭ ତାରିଖରେ ଭେଡେନ ଥାନା ଘେରାଉ କରିଥିଲେ ଗ୍ରାମବାସୀ। ଏହାକୁ ନେଇ ଉତ୍ତେଜନା ଦେଖା ଦେବା ପରେ  ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ୨୭ରୁ ଅଧିକ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ମାମଲାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଆଜି ପୁଣି ଉତ୍ତେଜନା ଦେଖାଦେଇଛି।

You might also like