ହତ୍ୟାକାଣ୍ଡର ୭ ମାସ ପରେ ଧରାପଡିଲା ହତ୍ୟାକାରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳର ପ୍ରମୋଦିନୀ ନାଇକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡର ଦୀର୍ଘ ୭ ମାସ ପରେ ଧରାପଡିଛି ହତ୍ୟାକାରୀ। ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛ॥ ଗିରଫ ଅଭିଯୁକ୍ତ ହେଉଛି ପ୍ରକାଶ ବେହେରା। ତେବେ ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ଓ ବ୍ରହ୍ମପୁର ଏସପି ମିଳିତ ଭାବେ ଏକ ପ୍ରେସମିଟ୍ କରିଛନ୍ତି। ପ୍ରେସମିଟରେ ଏ ସମ୍ପର୍କରେ ସୂଚନା ଦେଇ ଡିଆଇଜି ଓ ଏସପି କହିଛନ୍ତି ଯେ,  ଅଭିଯୁକ୍ତ ପ୍ରକାଶ ଅନେକ ସମୟରେ ପ୍ରମୋଦିନୀଙ୍କୁ ପିଛା କରୁଥିଲା।

ଏହାସହ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ଯେ, ଗତ ମେ ୧୦ ତାରିଖରେ ପ୍ରମୋଦିନୀଙ୍କୁ ହତ୍ୟା କରାଯାଇଥିଲା। ପ୍ରମୋଦିନୀ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟାକାରୀକୁ ଧରିବା ପାଇଁ ତାଙ୍କ ପରିବାର ଲୋକେ ଏସ୍ପିଙ୍କଠାରୁ ଡିଜି ସମସ୍ତଙ୍କୁ ଗୁହାରି କରିଥିଲେ ଶେଷରେ ଧରାପଡିଛି ହତ୍ୟାକାରୀ ।

ତେବେ ଡିଆଇଜି କହିଛନ୍ତି ଯେ, ଯୁବକ ଜଣକ ତାଙ୍କୁ ଅନେକ ଦିନ ହେବ ପିଛା କରୁଥିଲା। ସେହି ଗାଁର ପିଲା ହୋଇଥିବାରୁ ତାଙ୍କୁ ଲଗାତାର ଭାବରେ ପିଛା କରିଥିଲା କିନ୍ତୁ ଅଭିଯୁକ୍ତ ପ୍ରମୋଦିନୀଙ୍କ ସମ୍ପର୍କୀୟ ନୁହେଁ ବୋଲି ସ୍ପଷ୍ଟ କରିଛି ପୋଲିସ। ଗିରଫ ପରେ ବି ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ତେବେ ବର୍ତ୍ତମାନ ସୁଦ୍ଧା ଆଉ କୌଣସି ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜଣାପଡିନାହିଁ ବୋଲି ଡିଆଇଜି ସ୍ପଷ୍ଟ କରିଛନ୍ତି।

You might also like