ଷଣ୍ଢ ଚୋରି କରିବାରୁ ସର୍ବ ସମ୍ମୁଖରେ ପୋଲିସ୍ ମାରିଲା ଚାପୁଡ଼ା, ଭିଡିଓ ହେଲା ଭାଇରାଲ
ଡେଲାଙ୍ଗ: ଜଣେ ଯୁବକଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ ଆଗରେ ଏବଂ ସମସ୍ତଙ୍କ ଉପସ୍ଥିତିରେ ପୋଲିସ୍ ଚାପୁଡ଼ା ମାରିଛି।
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ଡେଲାଙ୍ଗ ମୁନିଁଦା ଗାଁରେ। ଗୋଟିଏ ଘଟଣାର ସମାଧାନ ପାଇଁ ପୋଲିସ୍ ଗାଁରେ ପହଞ୍ଚିବା ପରେ ଉକ୍ତ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଅଭିଯୋଗ ଅନୁସାରେ ସଂପୃକ୍ତ ଯୁବକ ଗାଁରୁ ଏକ ଷଣ୍ଢ ଚୋରି କରୁଥିବା ସମୟରେ ଧରାପଡ଼ିଥିଲେ। ଏହାକୁ ନେଇ ଗାଁଲୋକେ ତାଙ୍କୁ ଖୁଣ୍ଟରେ ବାନ୍ଧି ରଖିଥିଲେ। ଡେଲାଙ୍ଗ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ତେବେ ସର୍ବ ସମ୍ମୁଖରେ ଏପରି ବ୍ୟବହାର କରିବାକୁ ନେଇ ଏବେ ପୋଲିସ୍ର କାର୍ଯ୍ୟ ଦକ୍ଷତା ଉପରେ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି। ଘଟଣାକୁ ନେଇ ଡେଲାଙ୍ଗ ପୋଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।