• translate
Mihir Pattnayak

ଭୁବନେଶ୍ୱର: ରାଜଧାନୀରୁ କାର୍‌ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଲୁଟେରାଙ୍କ ସହ ଚୋରା କାର କିଣିବା ଅଭିଯୋଗରେ ୪ ଗିରଫ ହୋଇଛନ୍ତି । ଏମାନଙ୍କଠାରୁ  ତିନୋଟି କାର, ସୁନା ହାର, ବାଇକ, ନକଲି ଟଏ ଗନ୍ ଜବତ କରିଛି ଖଣ୍ଡଗିରି ପୋଲିସ । ତାସହ ଲୁଟ କାରରେ ନିଶା କାରବାର ହେଉଥିବା ନେଇ ସୂଚନା ମିଳିଛି । ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କାର ଲୁଟ ଘଟଣାର ଖୋଳତାଡ ବେଳେ ଲୁଟେରାଙ୍କଠାରୁ ଖୋର୍ଦ୍ଧା ଅଞ୍ଚଳରୁ  ଅନ୍ୟ ଦୁଇଟି ଲୁଟ୍ କାରକୁ ପୋଲିସ ଜବତ କରିଛି ।

ଖଣ୍ଡଗିରିରୁ ଲୁଟ୍ କାର ଜଣେ ପୋଲିସ ସବ୍ଇନ୍ସପେକ୍ଟରଙ୍କର।  ଏହି ଗ୍ୟାଙ୍ଗ ଏକାଧିକ ଲୁଟ ଘଟଣାରେ ମଧ୍ୟ ସଂପୃକ୍ତ । ଅଭିଯୁକ୍ତମାନେ ଭଡାରେ କାର ନେବା ବାହାନାରେ ବୁକ୍ କରିବା ପରେ ଡ୍ରାଇଭରକୁ  ଟଏ୍ ଗନ୍ ଦେଖାଇ ଭୟଭିତ କରିବା ସହ ଆକ୍ରମଣ କରି  କାର ଲୁଟ କରନ୍ତି ।  ଜବତ ଲୁଟ୍ କାରର ନମ୍ବର ପରିବର୍ତ୍ତନ କରିଛନ୍ତି ଲୁଟେରା । ସେହିପରି ରାଜଧାନୀରେ ଅନ୍ୟ ଦୁଇଟି କାର ଲୁଟ୍ ଘଟଣାରେ ପୋଲିସ ସୁରାଗ ପାଇଥିବା ଜଣାପଡିଛି ।

Other Stories