ଖାକିରେ କଳଙ୍କ: ଲାଞ୍ଚ ନେଇ ଧରା ପଡ଼ିଲେ ପୁଲିସ୍‌ ବାବୁ

ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁଲିସ୍‌ ବାବୁ। ଅଭିଯୁକ୍ତ ପୁଲିସ୍‌ ବାବୁ ଜଣଙ୍କ ହେଲେ ଭୁବନେଶ୍ୱର ଧଉଳି ଥାନା ଏସ୍ଆଇ ପ୍ରଦୀପ ମହଲା। ଏକ ଜମିଜମା ସଂକ୍ରାନ୍ତ ମାମଲାରେ ଥାନା ପରିସରରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଦୀପ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

ଏହାସହ ପ୍ରଦୀପଙ୍କ ଆୟବହିର୍ଭୁତ ସମ୍ପତ୍ତି ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି।

୨୦୧୩ରେ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ପ୍ରଦୀପଙ୍କ ନାରେ ବହୁବାର ଅଭିଯୋଗ ଆସୁଥିଲା। ତେବେ ଏହି ଲାଞ୍ଚ ଟଙ୍କା ପଛରେ ଥାନାର ଆଉ କାହାର ଭାଗ ରହିଥିଲା କି ନାହିଁ ସେନେଇ ଖୋଲତାଡ଼ କରୁଛି ଭିଜିଲାନ୍ସ ସେଲ୍।

ଗତବର୍ଷ କମିଶନରେଟ ପୋଲିସର ଜଟଣୀ ଥାନା ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ।

You might also like