ମାନିଲେନି ସଟ୍‌ଡାଉନ୍‌: ୪୫ ଜଣଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଉଠାଇନେଲା ପୋଲିସ୍‌, ୬୪ ଅଟକ

ଭୁବନେଶ୍ୱର:  ଭୁବନେଶ୍ୱରରେ ସଟ୍‌ଡାଉନ୍‌ କଟକଣା ଭାଙ୍ଗିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି। ଏହା ସହିତ ୬୪ଜଣ ଅଟକ ଅଛନ୍ତି। ପୋଲିସ ମୁଖ୍ୟ ରାସ୍ତା ସହ ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ଘରୁ ବାହାରିଲେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ ବୋଲି  ଭୁବନେଶ୍ୱର ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତି ପୋଲିସ କମିଶନର ଅନୁପ ସାହୁ କହିଛନ୍ତି।

କରୋନା ମୁକାବିଲା ପାଇଁ ଗତ ରାତିଠୁ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସହ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଲାଗୁ ହୋଇଛି। ଆଉ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି ରାଜଧାନୀରେ। ଆସନ୍ତାକାଲି ରାତି ୮ଟା ଯାଏ ଚାଲିବାକୁ ହେବାକୁ ଥିବା ଏହି ସଟ୍‌ଡାଉନକୁ କଡ଼ାକଡ଼ି କରିବା ପାଇଁ ପ୍ରତି ଛକ, ରାସ୍ତା, ଗଳିରେ ପୋଲିସ୍ ପହରା ସହ ଯାଞ୍ଚକୁ ବଢ଼ାଇ ଦିଆଯାଇଛି।

ଭୁବନେଶ୍ୱର ମହାନଗର ସହ ଏହାର ପାର୍ଶ୍ୱବର୍ତ୍ତୀ ଅନେକ ଅଂଚଳକୁ ସଟଡାଉନ୍‌ରେ ସାମିଲ କରାଯାଇଛି  ଭୁବନେଶ୍ୱରର ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ, ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ଅଂଚଳକୁ ଏହି ସଟ୍‌ଡାଉନ୍‌ରେ ସାମିଲ କରାଯାଇଛି।

ରାଜଧାନୀର ବିଭିନ୍ନ ଛକରେ ଫୋର୍ସ ମୁତୟନ ହୋଇଛନ୍ତି। ଛକଗୁଡ଼ିକରେ ଯାଞ୍ଚ କରିବା ସହ ଭୁବନେଶ୍ୱରରେ ବାହାରେ ବୁଲୁଥିବା ଲୋକଙ୍କୁ ଧରିନେଉଛି ପୋଲିସ।

You might also like