ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବରଗଡ: କରୋନା ସଂକ୍ରମଣ ସାରା ବିଶ୍ୱରେ ଚିନ୍ତା ବଢାଇ ଥିବାବେଳେ ଔଷଧ ବା ଭାକ୍ସିନକୁ ଲୋକେ ଚାହିଁ ବସିଛନ୍ତି। ଏପରିକି କରୋନାରୁ ମୁକ୍ତି ପାଇଁ ଯିଏ ଯାହା ପ୍ରତିକାର ବ୍ୟବସ୍ଥା କହିଲେ ଲୋକ କରିବାକୁ ପଛାଉ ନାହାନ୍ତି। ଲୋକଙ୍କ ଏପରି ମାନସିକତାର ଫାଇଦା ଉଠାଇବାକୁ ବସିଛନ୍ତି କଳା ବେପାରୀ।  କରୋନାର ନକଲି ଔଷଧ ପ୍ରସ୍ତୁତ  କରି  ବିକ୍ରି ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ଏହାକୁ ଠାବ କରି ବିପୁଳ ନକଲି ଜିନିଷ ଜବତ କରିଛି। ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ।

ବରଗଡ଼ ଜିଲ୍ଲାରେ ମିଳୁଛି ନକଲି କରୋନା ଔଷଧ । ସ୍ଥାନୀୟ ଭେଡେନ ଥାନା ରୁଷୁଡ଼ା ଗାଁରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢାଉ ହୋଇଛି।  ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଔଷଧ ଖୋଳ, ପାଉଡର, ରାସାୟନିକ ପଦାର୍ଥ ଜବତ କରିଛନ୍ତି ।

ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ଡ୍ରଗ୍ସ ଇନ୍ସପେର ସସ୍ମିତା ଦେହେରୀ।

You might also like