ଆନ୍ଧ୍ର ସୀମାରୁ ଜବତ ହେଲା ବିପୁଳ ବିସ୍ଫୋରକ

ରୟଗଡ଼ା: ଓଡ଼ିଶା ଓ ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ ହୋଇଛି। ଗତକାଲି  CRPF ୮ମ ବାଟାଲିଅନ ଯବାନମାନେ କୁମ୍ବିଂ ଅପରେଶନ କରିବା ବେଳେ ଏହାକୁ ଜବତ କରିଛନ୍ତି।

ଗତକାଲି ଯବାନମାନେ ରାୟଗଡା ଓ କନ୍ଧମାଳ ସୀମାନ୍ତ ଚନ୍ଦ୍ରପୁର ଥାନା ଅଞ୍ଚଳରେ କୁମ୍ବିଂ କରୁଥିଲେ। କୁମ୍ବିଂ ବେଳେ ସ୍ଥାନୀୟ ଅଣ୍ଡେଙ୍ଗି ଗାଁ ନିକଟସ୍ଥ ଜଙ୍ଗଲରୁ ବ୍ୟାପକ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି ।  ତେବେ ଯବାନମାନେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ଯବାନମାନେ ଘଟଣସ୍ଥଳରୁ ୯ଟି ବନ୍ଧୁକ, ୧୫ଟି ଡିଟୋନେଟର, ୮ ରାଉଣ୍ଡ ଅଫୁଟା ଗୁଳି, ଟିଫିନ ବକ୍ସ ଇତ୍ୟାଦି  ଜବତ କରିଛନ୍ତି।

ଅନ୍ୟପକ୍ଷେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ସୀମାନ୍ତ ବିଜୟନଗର ଜିଲ୍ଲା ଅଞ୍ଚଳରୁ ମଧ୍ୟ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ କରିଛି ଆନ୍ଧ୍ର ଟାସ୍କ ଫୋର୍ସ ।  ବାଙ୍ଗାରୁଗୁଡି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଗୋଟିଏ ସ୍ଥାନରେ କ୍ଲେମର ମାଇନ୍, ଜିଲୋଟିନ୍ ଷ୍ଟିକ୍, ଡିଟୋନେଟର ପୋତାଯାଇଥିବା ଜଣାପଡିଥିଲା । ସେସବୁକୁ ଟାସ୍କ ଫୋର୍ସ ଜବତ କରିଛି । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଏଭଳି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

 

You might also like